୧୭ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ
ହାଇଦ୍ରାବାଦ, ୨୪/୩ : ତେଲେଙ୍ଗାନାର ସାଇବରାବାଦ ପୋଲିସ ଆଜି ଏକ ସାଇବରଅପରାଧ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି। ୭ ଜଣିଆ ସଦସ୍ୟ ବିଶିଷ୍ଟ ଉକ୍ତ ଗ୍ୟାଙ୍ଗ ୧୬.୮ କୋଟି ଭାରତୀୟଙ୍କର ଅତି ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ଏବଂ ଆର୍ଥିକ ସୂଚନାକୁ ଚୋରି କରି ଏହାକୁ ବିକ୍ରି କରିଛନ୍ତି। ସେମାନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଜଷ୍ଟ ଡାଏଲ ଏବଂ ଏଭଳି ଅନ୍ୟ କେତେକ ସର୍ଭିସ ପ୍ରୋଭାଇଡର ମାଧ୍ୟମରେ ସେମାନେ ଗତ ୨ ବର୍ଷ ମଧ୍ୟରେ ଏହି ତଥ୍ୟ ବିକ୍ରି କରିଛନ୍ତି। […]
ହାଇଦ୍ରାବାଦ, ୨୪/୩ : ତେଲେଙ୍ଗାନାର ସାଇବରାବାଦ ପୋଲିସ ଆଜି ଏକ ସାଇବରଅପରାଧ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି। ୭ ଜଣିଆ ସଦସ୍ୟ ବିଶିଷ୍ଟ ଉକ୍ତ ଗ୍ୟାଙ୍ଗ ୧୬.୮ କୋଟି ଭାରତୀୟଙ୍କର ଅତି ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ଏବଂ ଆର୍ଥିକ ସୂଚନାକୁ ଚୋରି କରି ଏହାକୁ ବିକ୍ରି କରିଛନ୍ତି। ସେମାନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଜଷ୍ଟ ଡାଏଲ ଏବଂ ଏଭଳି ଅନ୍ୟ କେତେକ ସର୍ଭିସ ପ୍ରୋଭାଇଡର ମାଧ୍ୟମରେ ସେମାନେ ଗତ ୨ ବର୍ଷ ମଧ୍ୟରେ ଏହି ତଥ୍ୟ ବିକ୍ରି କରିଛନ୍ତି। ବିଭିନ୍ନ କମ୍ପାନିର ସିଇଓ, ସରକାରୀ ଅଧିକାରୀ, ପ୍ରତିରକ୍ଷା ଅଧିକାରୀଙ୍କର ତଥ୍ୟ ବି ଚୋରି ହୋଇଛି। ଉକ୍ତ ଗ୍ୟାଙ୍ଗ୍ ଗୁଇନ୍ଦାଗିରିରେ ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ଏହାି ଏକ ବିପଦ। ସେହିପରି ଅନ୍ୟ ଏକ ପୃଥକ୍ ଘଟଣାରେ ଏସବିଆଇ ଏବଂ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ କ୍ରେଡିଟ କାର୍ଡ ଡିଟେଲ୍ସ ଚୋରି କରିଥିବା ଅଭିଯୋଗରେ ସାଇବରାବାଦ ପୁଲିସ ଦିଲ୍ଲୀରୁ ଅନ୍ୟ ୯ ଜଣଙ୍କୁ ଗିରଫ କରିଛି। ୨୦୨୧ରୁ ଏହି ତଥ୍ୟ ଚୋରି ହୋଇଛି। ସେମାନେ ବ୍ୟକ୍ତିଙ୍କ ନାମ, ଠିକଣା, ଫୋନ ନମ୍ବର, ପ୍ୟାନ କାର୍ଡ, ବ୍ୟାଙ୍କ ବିବରଣୀ, ମାସିକ ରୋଜଗାର ଏବଂ କିଛି କ୍ଷେତ୍ରରେ ଇନସୁରାନ୍ସ ତଥ୍ୟ ବି ଚୋରି କରୁଥିଲେ। ନିଟ୍ ଆଶାୟୀଙ୍କ ବ୍ୟକ୍ତିଗତ ତଥ୍ୟ ବି ଚୋରି କରାଯାଇଛି । ସାଇବରାବାଦ ପୁଲିସ କମିସନର ଷ୍ଟିଫେନ ରବିନ୍ଦ୍ର କହିଛନ୍ତି, ଗିରଫ ହୋଇଥିବା ସଦସ୍ୟମାନେ ହେଉଛନ୍ତି କୁମାର ନୀତୀଶ, ଭୂଷଣ, କୁମାରୀ ପୁଜା ପାଲ, ସୁଶୀଲ ଥୋମାର, ଅତୁଲ ପ୍ରତାପ ସିଂହ, ମୁସ୍କାନ ହାସନ , ସନ୍ଦୀପ ପାଲ ଏବଂ ଜିଆ ଉର ରେହମାନ। ଗୁରୁବାର ସେମାନଙ୍କୁ ହାଇଦ୍ରାବାଦ ଅଣାଯାଇ ନ୍ୟାୟିକ ହାଜତ ପଠାଯାଇଛି।




