୧୪୦ ଦିନରେ ଦେଶରେ ସର୍ବାଧିକ କରୋନା ସଂକ୍ରମଣ
ନୂଆଦିଲ୍ଳୀ, ୨୩/୩ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ପୁଣି ଦେଶରେ ଦୈନିକ ସଂକ୍ରମଣ ୧ ହଜାର ଟପିଯାଇଛି। ଦେଶରେ ଆଜି ୧୩୦୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୦ ଦିନରେ ଏହା ସର୍ବାଧିକ। ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୧.୪୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୧.୦୮ ପ୍ରତିଶତ। ସକ୍ରିୟ ମାମଲା […]
ନୂଆଦିଲ୍ଳୀ, ୨୩/୩ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ପୁଣି ଦେଶରେ ଦୈନିକ ସଂକ୍ରମଣ ୧ ହଜାର ଟପିଯାଇଛି। ଦେଶରେ ଆଜି ୧୩୦୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୦ ଦିନରେ ଏହା ସର୍ବାଧିକ। ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୧.୪୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୧.୦୮ ପ୍ରତିଶତ। ସକ୍ରିୟ ମାମଲା ୭,୬୦୫କୁ ବୃଦ୍ଧି ପାଇଛି। କେରଳରେ ସଂକ୍ରମଣ ଲଗାତାର ବଢ଼ୁଥିବାରୁ କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ ଚିନ୍ତା ପ୍ରକଟ କରିଛନ୍ତି। ସଂକ୍ରମଣ ସହ ମୁକାବିଲା କରିବାପାଇଁ ହସ୍ପିଟାଲ ଗୁଡ଼ିକ ପ୍ରସ୍ତୁତ ରହିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ତେବେ ସଂକ୍ରମଣ ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। କରୋନା ସ୍ଥିତିର ସମୀକ୍ଷା ଏବଂ ସଂକ୍ରମଣ ମୁକାବିଲା ଦିଗରେ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଆଜି ମଧ୍ୟ କରୋନା ସଂକ୍ରମଣ ଏବଂ ଇନଫ୍ଲୁଏଞ୍ଜା ଜ୍ବର ବୃଦ୍ଧି କାରଣ ପାଇଁ ଆଉ ଏକ ଉଚ୍ଚ ସ୍ତରୀୟ ବୈଠକ ରଖାଯାଇଛି। ତେବେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଗତକାଲି କହିଥିଲେ ଯେ ଏକ୍ସବିବି.୧.୧.୬ ପ୍ରଜାତି ପାଇଁ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ହେଉଛି ।




