୧୦ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର

୧୦ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର
Samaya Live Desk Picture
Published On
ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ମଧ୍ୟରେ, ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନିଗୁଡ଼ିକ ସୋମବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨.୭୧ ଟଙ୍କା ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ଏହା ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ବୃଦ୍ଧି। ଦୀର୍ଘ ଦିନ ପରେ ତେଲ ମୂଲ୍ୟରେ ପ୍ରଥମ ବୃଦ୍ଧି ମେ’ ୧୫ ତାରିଖରେ ହୋଇଥିଲା। ସେବେଠାରୁ, ପେଟ୍ରୋଲ ୭.୩୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୭.୮୨ ମହଙ୍ଗା ହୋଇଛି। ଆହୁରି ମୂଲ୍ୟ ବୃଦ୍ଧି ହେବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ଏବଂ ଟଙ୍କାର ଅବମୂଲ୍ୟାୟନ ଯୋଗୁଁ ଆମଦାନି ଖର୍ଚ୍ଚ ବୃଦ୍ଧି ହେଉଥିବା ତୈଳ ବିଶେଷଜ୍ଞମାନେ କହିଛନ୍ତି।
Tags: