ୟୁକ୍ରେନର ସାମରିକ ଶିବିର ଏବଂ ଶକ୍ତି ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ
ମସ୍କୋ: କିଭ୍ ଓ ୟୁକ୍ରେନର ସାମରିକ ଶିବିର ଓ ଶକ୍ତି ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି ରୁଷ। ଏହି ଆକ୍ରମଣରେ ୧୧ ଜଣ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ସ୍ଥଳ, ସମୁଦ୍ର ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଉଥିବା ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ସାମିଲ ଥିଲା। କିଭରେ ଫାୟାର ପଏଣ୍ଟ ଦ୍ୱାରା ପରିଚାଳିତ ସୁବିଧାଗୁଡ଼ିକୁ ମଧ୍ୟ ଆକ୍ରମଣ କରାଯାଇଛି। ସେଠାରେ ଫ୍ଲେମିଙ୍ଗୋ କ୍ରୁଜ୍ ମିସାଇଲ ଏବଂ ମଧ୍ୟମ ତଥା ଦୂରଗାମୀ ଡ୍ରୋନ୍ ନିର୍ମାଣ ଓ ସଂରକ୍ଷଣ କରାଯାଉଥିବା ଜଣାପଡ଼ିଛି। ରଏଟର୍ସ ରିପୋର୍ଟ କରିଛି ଯେ କିଭ୍, ଚେର୍ନିହିଭ୍, କିରୋଭୋହ୍ରାଦ୍, ଡ୍ନିପ୍ରୋପେଟ୍ରୋଭସ୍କ୍, ପୋଲ୍ଟାଭା ଏବଂ ଖାରକିଭ୍ ଅଞ୍ଚଳରେ ସାମରିକ-ଶିଳ୍ପ ଲକ୍ଷ୍ୟସ୍ଥଳ ଉପର ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି କହିଛନ୍ତି ଯେ, ଦେଶର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରି ପ୍ରାୟ ୭୦ଟି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରାଯାଇଛି।
Tags:




