ୟୁଏଇ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ

ୟୁଏଇ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ
Samaya Live Desk Picture
Published On
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବାରାକା ପରମାଣୁ ଶକ୍ତି କେନ୍ଦ୍ରକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ଏହାକୁ ଭାରତ ବିପଜ୍ଜନକ ବୋଲି କହିଛି ଏବଂ ବଢୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ସମସ୍ତ ପକ୍ଷଙ୍କୁ ଆଲୋଚନା ଏବଂ କୂଟନୀତିକୁ ଫେରିବାକୁ ଅନୁରୋଧ କରିଛି। ଏଭଳି ଆକ୍ରମଣ ଅଗ୍ରହଣୀୟ ବୋଲି ଭାରତ ରୋକଠୋକ୍ କହିଛି। ୟୁଏଇ ପକ୍ଷରୁ କୁହାଯାଇଛି, ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ପଶ୍ଚିମ ସୀମାରୁ ତିନୋଟି ଡ୍ରୋନ୍ ୟୁଏଇରେ ପ୍ରବେଶ କରିଥିଲା। ଦୁଇଟି ଡ୍ରୋନ୍‌କୁ ଅଟକାଯାଇଥିଲା, କିନ୍ତୁ ତୃତୀୟଟି ଆବୁଧାବିର ବାରାକା ପରମାଣୁ ଶକ୍ତି କେନ୍ଦ୍ରର ଭିତର ସୀମା ବାହାରେ ଥିବା ଏକ ପାୱାର ଜେନେରେଟରକୁ ଟାର୍ଗେଟ କରିଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା। ୟୁଏଇ ଏହି ଆକ୍ରମଣ ପାଇଁ କାହାକୁ ଦାୟୀ କରିନାହିଁ, କିନ୍ତୁ ଏହାକୁ ଏକ ବିପଜ୍ଜନକ ଘଟଣା ବୋଲି ବର୍ଣ୍ଣନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଏକ ଅଗ୍ରହଣୀୟ କାର୍ଯ୍ୟ କହି, ଯେକୌଣସି ପ୍ରକାରର ଶତ୍ରୁତାର ଜବାବ ଦେବାର ଅଧିକାର ଆମର ଅଛି ବୋଲି ପ୍ରକାଶ କରିଛି। ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତି ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ମାନବିକ ଆଇନର ନୀତିର ଘୋର ଉଲ୍ଲଂଘନ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Tags: