ହର୍ମୁଜ୍‌ ଅତିକ୍ରମ କଲା ଭାରତ ଆସୁଥିବା ୩୦ ମାଲବାହୀ ଜାହାଜ

ହର୍ମୁଜ୍‌ ଅତିକ୍ରମ କଲା ଭାରତ ଆସୁଥିବା ୩୦ ମାଲବାହୀ ଜାହାଜ
Samaya Live Desk Picture
Published On
ନୂଆଦିଲ୍ଲୀ: ଭାରତ ଆସୁଥିବା ୩୦ ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ପାର କରିସାରିଛନ୍ତି। ଅନ୍ୟପକ୍ଷରେ ୨୬ ଜାହାଜ ଏବେ ବି ସେମାନଙ୍କର ପାଳିକୁ ଅପେକ୍ଷା କରିଛନ୍ତି ବୋଲି ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହର୍ମୁଜ୍ ପାର କରିଥିବା ୩୦ଟି ଜାହାଜ ମଧ୍ୟରୁ ପ୍ରାୟ ଅଧାରେ ଏଲପିଜି ଏବଂ ଏଲଏନଜି ବହନ କରିଥିବାବେଳେ ଆଠଟି ଜାହାଜ ବଲ୍କ କାର୍ଗୋ ଏବଂ ସାତଟି ଅଶୋଧିତ ତେଲ ଟ୍ୟାଙ୍କର ବହନ କରିଥିବା କୁହାଯାଉଛି। ମାର୍ଚ୍ଚ ୧ ରୁ ଜୁନ୍ ୧୭ ମଧ୍ୟରେ ୧୯ଟି ଜାହାଜ ଏହି ସମୁଦ୍ର ପଥରେ ଅତିକ୍ରମ କରିଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବା ପରଠାରୁ ୧୧ଟି ଜାହାଜ ସୁରକ୍ଷିତ ଭାବରେ ଏହି ପଥକୁ ପାର ହୋଇଛନ୍ତି। ଏହି ୩୦ ଜାହାଜ ଭାରତୀୟ ବନ୍ଦର ଅଭିମୁଖେ ଯାଉଛନ୍ତି। ସେଥିମଧ୍ୟରୁ ୧୭ଟି ବିଦେଶୀ ପତାକା ଥିବା ଜାହାଜ ରହିଛି। ବିଦେଶୀ ପତାକାଥିବା ଜାହାଜ ମଧ୍ୟରୁ ସର୍ବାଧିକ ପାଞ୍ଚଟି ଜାହାଜରେ ମାର୍ଶାଲ ଦ୍ୱୀପପୁଞ୍ଜ ପତାକା ରହିଛି।
Tags: