ହମାସର ନୂତନ ମୁଖ୍ୟକୁ ହତ୍ୟା କଲା ଇସ୍ରାଏଲ

ହମାସର ନୂତନ ମୁଖ୍ୟକୁ ହତ୍ୟା କଲା ଇସ୍ରାଏଲ
Samaya Live Desk Picture
Published On
ତେଲ୍ ଅଭିଭ୍‌: ଗାଜାରେ ଆତଙ୍କବାଦୀ ସଂଗଠନ ହମାସର ନୂତନ ମୁଖ୍ୟ ମହମ୍ମଦ ଓଦେହକୁ ଇସ୍ରାଏଲ ଦ୍ବାରା ଆକ୍ରମଣ କରି ହତ୍ୟା କରାଯାଇଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ, ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନର ସଶସ୍ତ୍ର ଶାଖାର କମାଣ୍ଡରଙ୍କୁ ଗତକାଲି ନିପାତ କରାଯାଇଛି। ତେବେ ଏହା ଉପରେ ହମାସ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। କାଟଜ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଅକ୍ଟୋବର ୭ ହତ୍ୟାକାଣ୍ଡର ନେତୃତ୍ୱ ନେଇଥିବା ସମସ୍ତଙ୍କୁ ନିପାତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ସେମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି ସମସ୍ତେ ମୃତ୍ୟୁ ପାଇଁ ଚିହ୍ନିତ ହୋଇଛନ୍ତି। ମଙ୍ଗଳବାର ଏହି ଆକ୍ରମଣ ସମ୍ବନ୍ଧରେ ଘୋଷଣା କରିବା ପରେ କାଟଜ୍ ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ମିଳିତ ବିବୃତିରେ କହିଛନ୍ତି ଯେ, ଓଦେହ ଅକ୍ଟୋବର ୭ ହତ୍ୟାକାଣ୍ଡ ସମୟରେ ହମାସ ଗୁଇନ୍ଦା ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲା ଏବଂ ପ୍ରାୟ ଏକ ସପ୍ତାହ ପୂର୍ବରୁ ତାକୁ ଏଜେଡିନ୍ ଅଲ୍-ହଦ୍ଦାଦର ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା।
Tags: