ସାଉଦି ସେନାଘାଟି ଉପରେ ଇରାନ ଆକ୍ରମଣ, ୧୫ ଆମେରିକୀୟ ସୈନିକ ଆହତ
ରିୟାଦ : ଗତ ସପ୍ତାହରେ ସାଉଦି ସେନା ଘାଟି ଉପରେ ଇରାନ ଆକ୍ରମଣରେ ଦୁଇ ଡଜନରୁ ଅଧିକ ଆମେରିକୀୟ ସୈନିକ ଆହତ ହୋଇଥିବା ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ କରିଛି। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ସାଉଦି ଆରବର ପ୍ରିନ୍ସ ସୁଲତାନ ବାୟୁସେନା ଘାଟି ଉପରେ ଇରାନ ୬ ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ୨୯ଟି ଡ୍ରୋନ୍ ମାଡ଼ କରିବା ପରେ ୧୫ ଜଣ ସୈନ୍ୟ ଆହତ ହୋଇଛନ୍ତି। ଏଥିରେ ୫ ଜଣ ମଧ୍ୟ ଗୁରୁତର ଅଛନ୍ତି। ସାଉଦି ଆରବ ରାଜଧାନୀ ରିୟାଦଠାରୁ ପ୍ରାୟ ୯୬ କିଲୋମିଟର ଦୂରରେ ଅବସ୍ଥିତ ଏହି ଘାଟି ରୟାଲ ସାଉଦି ବାୟୁସେନା ଦ୍ୱାରା ପରିଚାଳିତ ହୁଏ, କିନ୍ତୁ ଏହା ଆମେରିକୀୟ ସୈନ୍ୟ ଦ୍ୱାରା ମଧ୍ୟ ବ୍ୟବହୃତ ହୁଏ।
Tags:




