ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥଙ୍କ ହତ୍ୟା ମାମଲାରେ ୩ ଅଟକ

ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥଙ୍କ ହତ୍ୟା ମାମଲାରେ ୩ ଅଟକ
Samaya Live Desk Picture
Published On
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା ମାମଲାରେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରଯାଉଛି। ଅଧିକାରୀ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଅଛନ୍ତି। ଶୁଭେନ୍ଦୁ ଅଧିକାରୀ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦକ୍ଷିଣ କୋଲକାତାର ଭବାନୀପୁର ଆସନରେ ପରାସ୍ତ କରିଥିଲେ। ଏହାବାଦ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ମଧ୍ୟ ବିଜୟୀ ହୋଇଛନ୍ତି। ଚନ୍ଦ୍ରନାଥ ରଥ ଉତ୍ତର ୨୪ ପରଗଣାର ମଧ୍ୟମଗ୍ରାମରେ ତାଙ୍କ ଘରକୁ ଫେରୁଥିବା ସମୟରେ ଦୋହାରିଆଠାରେ ଦୁଇଟି ବାଇକରେ ତିନି ଜଣ ଲୋକ ଆସି ଛକି ରହିଥିଲେ। ଚନ୍ଦ୍ରନାଥଙ୍କ ଗାଡ଼ି ଆସିବା ପରେ ଅନ୍ୟ ଏକ ଗାଡ଼ି ବିପରୀତ ଦିଗରୁ ଆସି ରାସ୍ତା ଅବରୋଧ କରିଥିଲା। ସେହି ସମୟରେ ପୂର୍ବରୁ ଅପେକ୍ଷା କରିଥିବା ତିନି ଜଣ ସୁଟର ଚନ୍ଦ୍ରନାଥଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ କରିବା ପରେ ସମସ୍ତେ ଫେରାର୍‌ ହୋଇଯାଇଥିଲେ। କାର୍‌ ସେହିଠାରେ ଛାଡ଼ି ଦେଇ ଯାଇଥିଲେ। ପୁଲିସ ତଦନ୍ତରୁ ଗାଡ଼ିର ନମ୍ବର ପ୍ଳେଟ ଓ ଚେସିସ୍‌ ନମ୍ବରରେ ହେର୍‌ଫେର୍‌ ହୋଇଥିବା ଜଣାପଡ଼ିଥିଲା। ଗାଡ଼ିର ନମ୍ବର ପ୍ଲେଟ ଅନ୍ୟ ଏକ ଗାଡ଼ି ସିଲିଗୁଡ଼ିର ବାସିନ୍ଦା ୱିଲିୟମ ଯୋଶେଫଙ୍କର ବୋଲି ଜଣାପଡ଼ିଛି। ଚନ୍ଦ୍ରନାଥଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଡ୍ରାଇଭର ବୁଦ୍ଧଦେବ ବେରା ଗୁରୁତର ଅଛନ୍ତି। ତାଙ୍କ ଦେହରେ ମଧ୍ୟ ତିନିଟି ଗୁଳି ବାଜିଥିଲା। ପଛ ସିଟ୍‌ରେ ବସିଥିବା ଅନ୍ୟ ଜଣେ ବିଜେପି କର୍ମୀ ଗୁଳିକାଣ୍ଡରେ ବର୍ତ୍ତି ଯାଇଛନ୍ତି।
Tags: