ମୋଦୀଙ୍କ ରାତ୍ରୀଭୋଜନରେ ଯୋଗଦେଲେନି ଚୀନ୍ ରାଷ୍ଟ୍ରପତି ସି ଜିନପିଂ

ମୋଦୀଙ୍କ ରାତ୍ରୀଭୋଜନରେ ଯୋଗଦେଲେନି ଚୀନ୍ ରାଷ୍ଟ୍ରପତି ସି ଜିନପିଂ
Samaya Live Desk Picture
Published On
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନରେ କେତେକ ଦେଶର ରାଷ୍ଟ୍ରମୁଖ୍ୟ ଅନୁପସ୍ଥିତ ରହିବା ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ରାତ୍ରୀଭୋଜନରେ ଯୋଗ ଦେଇ ନଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଂ ଓ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ସାରା ଦିନର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ, ଦୀର୍ଘ ସମୟର ବିମାନ ଯାତ୍ରା ଓ ସମୟ ଅନ୍ତର ଯୋଗୁଁ ଅତ୍ୟାଧିକ କ୍ଲାନ୍ତି ହେତୁ ଜିନପିଂ ଏହି ଭୋଜିରେ ଯୋଗ ଦେଇପାରି ନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ରାତ୍ରିଭୋଜନ କାର୍ଯ୍ୟକ୍ରମରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନ୍ୟ ବହୁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗଦେଇଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରାମନ୍, ପିୟୂଷ ଗୋୟଲ, ଅଶ୍ୱିନୀ ବୈଷ୍ଣବ, ଶିବରାଜ ସିଂହ ଚୌହାନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
Tags: