ମହିଳା ସଂରକ୍ଷଣ ଆଇନ ପ୍ରସଙ୍ଗରେ ବିଜେପିର ହ୍ୱିପ୍ ଜାରି

ମହିଳା ସଂରକ୍ଷଣ ଆଇନ ପ୍ରସଙ୍ଗରେ ବିଜେପିର ହ୍ୱିପ୍ ଜାରି
Samaya Live Desk Picture
Published On
ନୂଆଦିଲ୍ଲୀ: ଏପ୍ରିଲ ୧୬ରୁ ୧୮ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଉଭୟ ଗୃହରେ ଉପସ୍ଥିତ ରହିବାକୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି। ସରକାରଙ୍କ ଦ୍ୱାରା ଡକାଯାଇଥିବା ଏହି ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ଆଇନରେ ପ୍ରସ୍ତାବିତ ସଂଶୋଧନ ସମେତ ଗୁରୁତ୍ୱପୂର୍ଣ୍ଣ ଆଇନଗତ କାର୍ଯ୍ୟ ହେବ। ସମସ୍ତ କେନ୍ଦ୍ର ମନ୍ତ୍ରୀ ଓ ସଦସ୍ୟମାନଙ୍କୁ ଉପରୋକ୍ତ ତିନିଦିନ ଗୃହରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। ଗୃହରେ ଉପସ୍ଥିତି ବାଧ୍ୟତାମୂଳକ। କୌଣସି ଛୁଟି ଦିଆଯିବ ନାହିଁ। ସଦସ୍ୟମାନଙ୍କୁ ହ୍ୱିପ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏବଂ ଗୃହରେ ସେମାନଙ୍କର ନିରବଚ୍ଛିନ୍ନ ଉପସ୍ଥିତି ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ୍ ଚିଠା ଆଇନକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଲୋକସଭାର ସଂଖ୍ୟା ୮୧୬କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯେଉଁଥିରୁ ୨୭୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।
Tags: