ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କର୍ଣ୍ଣଟକର ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ନୂତନ ସରକାର ଗଠନର ମାତ୍ର ଦୁଇ ଦିନ ପରେ ଶାସକ କଂଗ୍ରେସ ଶିବିରରେ ଏକ ବଡ଼ ଧରଣର ରାଜନୈତିକ ସଙ୍କଟ ଦେଖାଦେଇଛି। ବରିଷ୍ଠ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ବିଶେଷ କରି ବିଭାଗ ବଣ୍ଟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବେଙ୍ଗାଲୁରୁ ବିକାଶ ବିଭାଗ ମିଳିବ ବୋଲି ପୂର୍ବରୁ ଦୁଇ ଦୁଇ ଥର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କୁ ମଧ୍ୟମ ଓ ବୃହତ ଜଳସେଚନ ବିଭାଗ ପ୍ରଦାନ କରାଯିବା ପରେ ସେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି। ନିଜର ଇସ୍ତଫା ପତ୍ରରେ ସ୍ୱାକ୍ଷର କରିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ମାତ୍ର ଜଣେ ବିଧାୟକ ଭାବେ କାର୍ଯ୍ୟ ଜାରି ରଖିବେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟାଙ୍କ ଉପରେ ବ୍ୟକ୍ତିଗତ ଭାବେ ଅସନ୍ତୋଷ ନଥିବା ପ୍ରକାଶ କରିଛନ୍ତି।
Tags:



