ଭିଏତନାମରେ ସ୍ପିଡ୍‌ବୋଟ ବୁଡ଼ିଯିବାରୁ ୧୫ ଭାରତୀୟ ମୃତ

ଭିଏତନାମରେ ସ୍ପିଡ୍‌ବୋଟ ବୁଡ଼ିଯିବାରୁ ୧୫ ଭାରତୀୟ ମୃତ
Samaya Live Desk Picture
Published On
ହାନୋଇ: ଭିଏତନାମର ସର୍ବବୃହତ ଦ୍ୱୀପ ଫୁ କ୍ୱୋକରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ସ୍ପିଡବୋଟ୍ ବୁଡ଼ିଯିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଭିଏତନାମର ସର୍ବବୃହତ ଦ୍ୱୀପ ଫୁ କ୍ୱୋକର ହୋନ୍ ମେ ରୁଟ୍ ଏନଗୋଆଇ ନିକଟରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ ବୋଟ୍‌ ବୁଡ଼ି ଯାଇଥିଲା। ଫୁ କ୍ୱୋକ୍ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର କର୍ତ୍ତୃପକ୍ଷଙ୍କ ପ୍ରାରମ୍ଭିକ ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୧ଟାରେ, ଓସେନ୍ ପିଅର୍ ଆଇଲ୍ୟାଣ୍ଡ୍ କମ୍ପାନୀ ଦ୍ୱାରା ପରିଚାଳିତ ସ୍ପିଡ୍‌ବୋଟ୍ ପର୍ଯ୍ୟଟକମାନଙ୍କୁ ଫୁ କ୍ୱୋକ୍ ବିମାନବନ୍ଦରରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଆନ୍ ଥୋଇ ବନ୍ଦରକୁ ନେଇଯାଉଥିଲା, ଯେତେବେଳେ ଏହା ହନ୍ ମେ ରୁଟ୍ ଏନ୍‌ଙ୍ଗୋଆଇଠାରୁ ପ୍ରାୟ ୪୦୦ ମିଟର ଦୂରରେ ଓଲଟି ପଡ଼ିଥିଲା ଓ ଜାହାଜରେ ଥିବା ସମସ୍ତ ଯାତ୍ରୀ ସମୁଦ୍ରରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକମାନେ ଉଦ୍ଧାର କରିବାକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିି ଥିଲେ ମଧ୍ୟ ଡଙ୍ଗା ତଳେ ପର୍ଯ୍ୟଟକ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅଳ୍ପ କେତେକ ଲୋକଙ୍କୁ ସଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
Tags: