ଭାରତ-ନ୍ୟୁଜିଲାଣ୍ଡ ରଣନୈତିକ ସହଭାଗିତା ମଧ୍ୟରେ ୧୮ ଚୁକ୍ତି

ଭାରତ-ନ୍ୟୁଜିଲାଣ୍ଡ ରଣନୈତିକ ସହଭାଗିତା ମଧ୍ୟରେ ୧୮ ଚୁକ୍ତି
Samaya Live Desk Picture
Published On
ଅକଲାଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଶିଖର ସମ୍ମିଳନୀ ପରେ, ଦୁଇ ଦେଶ ଆନୁଷ୍ଠାନିକ ଭାବରେ ସେମାନଙ୍କର ସମ୍ପର୍କକୁ ଏକ ରଣନୈତିକ ସହଭାଗୀତାକୁ ଉନ୍ନୀତ କରିଛନ୍ତି। ଏହି ସହଭାଗିତା ମାଧ୍ୟମରେ ‘ଭାରତ-ନ୍ୟୁଜିଲାଣ୍ଡ ରଣନୈତିକ ସହଭାଗୀତା: ରୋଡମ୍ୟାପ୍ ୨୦୩୦’ କୁ ଅନୁମୋଦନ କରାଯାଇଛି। ଏଥିରେ ପ୍ରତିରକ୍ଷା, ବାଣିଜ୍ୟ, କ୍ରୀଡା, ପଶୁପାଳନ, ବିପର୍ଯ୍ୟୟ ପରିଚାଳନା, ସାମୁଦ୍ରିକ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ କ୍ଷେତ୍ରରେ ସହଯୋଗ ସମେତ ମୋଟ ୧୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଏକ ଦୀର୍ଘକାଳୀନ ରଣନୀତି ବିକଶିତ କରାଯିବ। ଦୁଇ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଲୋଚନା ଏବଂ ବାର୍ଷିକ ବୈଠକ ମଧ୍ୟ ସ୍ଥିର କରାଯାଇଛି। ଏହା ବ୍ୟତୀତ, ଦୁଇ ସଂସଦ ମଧ୍ୟରେ ସହଯୋଗ ଏବଂ ସାଂସଦଙ୍କ ଆଦାନପ୍ରଦାନକୁ ଉତ୍ସାହିତ କରାଯିବ ବୋଲି ମିଳିତ ବିବୃତ୍ତିରେ କୁହାଯାଇଛି।
Tags: