ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ଅଞ୍ଜଦୀପ

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ଅଞ୍ଜଦୀପ
Samaya Live Desk Picture
Published On
ନୂଆଦିଲ୍ଲୀ: ଭାରତ ଏହାର ଉପକୂଳ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଗୁରୁତ୍ବ ଦେଇ ବୁଡ଼ାଜାହାଜ ବିରୋଧୀ ‘ଆଇଏନ୍‌ଏସ୍‌ ଅଞ୍ଜଦୀପ’କୁ ନୌସେନାରେ ସାମିଲ କରିଛି। ଚେନ୍ନାଇଠାରେ ଶୁକ୍ରବାର ଏହି ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶତ୍ରୁପକ୍ଷର ବୁଡ଼ାଜାହାଜକୁ ସମୁଦ୍ର ଭିତରେ ଧ୍ବଂସ କରିବାର କ୍ଷମତା ରଖିଥିବା ଏହି ଯୁଦ୍ଧ ଜାହାଜ ଭାରତର ‘ମେକ୍‌ ଇନ୍‌ ଇଣ୍ଡିଆ’ ର ଅଂଶବିଶେଷ ଓ ଏହାର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ କରାଯାଇଛି। ରିପୋର୍ଟ ଅନୁଯାୟୀ, ୭୭ ମିଟର ଲମ୍ବା ଏବଂ ଏକ ହାଇ-ସ୍ପିଡ୍ ୱାଟର-ଜେଟ୍ ପ୍ରପଲ୍ସନ ସିଷ୍ଟମ ଦ୍ୱାରା ଚାଳିତ, ଏହି ଜାହାଜଟି ୨୫ ନଟ୍ ପର୍ଯ୍ୟନ୍ତ ବେଗ ହାସଲ କରିପାରିବ। ତାମିଲନାଡ଼ୁ ଓ ପୁଡୁଚେରୀ ପରି ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଅଞ୍ଚଳରେ ଶତ୍ରୁପକ୍ଷକୁ ଦୃଢ଼ ଜବାବ ଦେବାରେ ସକ୍ଷମ ହେବ। ଗତବର୍ଷ ଭାରତୀୟ ନୌସେନା ପକ୍ଷରୁ ସ୍ବଦେଶୀ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅର୍ନାଲା ଓ ଆଇଏନ୍‌ଏସ୍‌ ଆଣ୍ଡ୍ରୋଥକୁ ସାମିଲ କରାଯାଇଥିଲା।
Tags: