ଭାରତରେ ଭିସା ସେବା  ଆରମ୍ଭ କଲା ବାଂଲାଦେଶ

ଭାରତରେ ଭିସା ସେବା  ଆରମ୍ଭ କଲା ବାଂଲାଦେଶ
Samaya Live Desk Picture
Published On

ଢାକା: ବାଂଲାଦେଶ ଶନିବାର ଦିନ ନୂଆଦିଲ୍ଲୀ, ଅଗରତାଲା ଏବଂ ସିଲିଗୁଡ଼ି ସମେତ ଭାରତରେ ଏହାର ବିଭିନ୍ନ ମିସନ୍‌ରେ ପୁଣିଥରେ ଭିସା ସେବା ଆରମ୍ଭ କରିଛି। ତାରିକ ‌ରେହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବାଂଲାଦେଶ ଭାରତରୁ ଭିସା କଟକଣା ହଟାଇଛି। ଏହି କାର୍ଯ୍ୟପନ୍ଥା ଭାରତ-ବାଂଲାଦେଶ ସମ୍ପର୍କ ଦିଗରେ ଏକ ସକରାତ୍ମକ ପଦକ୍ଷେପ। ଭିସା ସେବା ପୁନଃ ଆରମ୍ଭ ହେବା ଫଳରେ ‌ଲୋକଙ୍କ ମଧ୍ୟରେ ଯୋଗାଯୋଗ ସହଜ ହୋଇପାରିବ ଏବଂ ଏହା ଦୁଇ ରାଷ୍ଟ୍ର ମଧ୍ୟରେ ଅର୍ଥନୀତିକୁ ସୁଦୃଢ଼ କରିବ।  ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ହସିନା ସରକାର ପତନ ପରଠାରୁ ଏବଂ ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ହେବାପରେ ଭାରତ-ବାଂଲାଦେଶ ସମ୍ପର୍କ ତିକ୍ତ ହୋଇଯାଇଥିଲା। କିନ୍ତୁ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବେ ଫେରିବାପରେ ଭାରତ-ବାଂଲାଦେଶ ସମ୍ପର୍କରେ ସୁଦ୍ଧାର ଆସିବ ବୋଲି କୁହାଯାଉଛି।

Tags: