ବୁଲିବାକୁ ଯାଇଥିବା ବେଳେ କାବେରୀ ନଦୀରେ ବୁଡ଼ି ୫ ମୃତ

ବୁଲିବାକୁ ଯାଇଥିବା ବେଳେ କାବେରୀ ନଦୀରେ ବୁଡ଼ି ୫ ମୃତ
Samaya Live Desk Picture
Published On
ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମୁଥାଥିଠାରେ କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଏବଂ ସେମାନଙ୍କ ଗାଡ଼ି ଚାଳକଙ୍କ ସମେତ ମୋଟ ପାଞ୍ଚ ଜଣଙ୍କର ପ୍ରାଣହାନି ଘଟିଛି। ମୃତକମାନେ ହେଲେ ଶ୍ୱେତା, ଚୈତ୍ରା, ବିଜୟମ୍ମା, ପ୍ରିୟଙ୍କା ଏବଂ ଚାଳକ ମହେଶ। ଏହି ସମସ୍ତ ବ୍ୟକ୍ତି ବେଙ୍ଗାଲୁରୁର ପଶ୍ଚିମାଞ୍ଚଳରେ ଅବସ୍ଥିତ ବ୍ୟାଦରହଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଏହି ଶ୍ରଦ୍ଧାଳୁ ଦଳ ପ୍ରଥମେ ପ୍ରସିଦ୍ଧ କବ୍ବାଲାମ୍ମା ମନ୍ଦିର ଦର୍ଶନ କରିଥିଲେ ଏବଂ ଏହା ପରେ ମୁଥାଥିସ୍ଥିତ ମୁଥାଥିରାୟ ମନ୍ଦିରକୁ ଯାଇଥିଲେ। ଦର୍ଶନ ସାରିବା ପରେ ସନ୍ଧ୍ୟାବେଳେ କାବେରୀ ନଦୀ କୂଳକୁ ଯାଇଥିଲେ। ସେଠାରେ ଫଟୋ ଉଠାଇବା ସମୟରେ ବିଜୟମ୍ମା ନଦୀର ଗଭୀର ସ୍ଥାନକୁ ଖସିଯାଇ ବୁଡ଼ିବାକୁ ଲାଗିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ପରିବାରର ଅନ୍ୟ ସଦସ୍ୟମାନେ ଜଣକ ପରେ ଜଣେ ନଦୀ ଗର୍ଭକୁ ଡେଇଁପଡ଼ି ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଘଟଣା ପରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀର କର୍ମଚାରୀମାନେ ପହଞ୍ଚି ନଦୀରୁ ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମାଣ୍ଡ୍ୟାର ମିମ୍ସ ହସ୍ପିଟାଲକୁ ପଠାଇଛନ୍ତି।
Tags: