ବି‌ଜେପି ଛାଡ଼ିଲେ କେ ଆନ୍ନାମଲାଇ

ବି‌ଜେପି ଛାଡ଼ିଲେ କେ ଆନ୍ନାମଲାଇ
Samaya Live Desk Picture
Published On
ଚେନ୍ନାଇ: ତାମିଲନାଡୁର ପ୍ରତିଷ୍ଠିତ ବିଜେପି ନେତା କେ ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେପି ଜାତୀୟ ସଭାପତି ନୀତିନ ନବୀନ ତାମିଲନାଡ଼ୁର ପୂର୍ବତନ ରାଜ୍ୟ ସଭାପତି କେ ଆନ୍ନାମଲାଇଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ବୋଲି ବିଜେପି ଆଜି ଏକ ବିବୃତିରେ ଜଣାଇଛନ୍ତି। ବିଜେପି ପକ୍ଷରୁ ଆନ୍ନାମଲାଇଙ୍କ ଇସ୍ତଫା ସଂକ୍ରାନ୍ତରେ ସ୍ପଷ୍ଟ କରାଯିବା ପରେ ଆନ୍ନାମଲାଇ ସୋସିଆଲ ମିଡିଆରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ବିଜେପି ଛାଡ଼ିବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ତରବରିଆ ଭାବେ ନୁହେଁ ବରଂ ଦଳୀୟ ‌ନେତୃବୃନ୍ଦଙ୍କ ସହ ସେ ପୂର୍ବରୁ ଆଲୋଚନା କରିଛନ୍ତି। କିନ୍ତୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ତାଙ୍କ ସହ ଯେଉଁମାନେ ଯୋଗ ଦେବାକୁ ଆଗ୍ରହୀ ସେମାନଙ୍କୁ ଆନ୍ନାମଲାଇ ସ୍ବାଗତ କରିଛନ୍ତି।
Tags: