ବଲିଉଡରେ ହଇଚଇ; ଆତ୍ମହତ୍ୟା କଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ

ଭୁବନେଶ୍ୱର : ଜୁନ ୧୪:ପ୍ରଖ୍ୟାତ ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ମୃତୁ୍ୟ ଘଟିଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ରାଜପୁତଙ୍କ ଏଭଳି ଆକଷ୍ମିକ ମୃତୁ୍ୟ ସମଗ୍ର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ଟ୍ୱିଟ୍‌ ଯୋଗେ କହିଛନ୍ତି ଯେ, ରାଜପୁତଙ୍କ ଭଳି ଜଣେ ଉଦିୟମାନ ଯୁବ ତାରକାଙ୍କ ଆତ୍ମହତ୍ୟା ଖବର […]

Samaya Live Picture
Published On

ଭୁବନେଶ୍ୱର : ଜୁନ ୧୪:ପ୍ରଖ୍ୟାତ ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ମୃତୁ୍ୟ ଘଟିଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ରାଜପୁତଙ୍କ ଏଭଳି ଆକଷ୍ମିକ ମୃତୁ୍ୟ ସମଗ୍ର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ଟ୍ୱିଟ୍‌ ଯୋଗେ କହିଛନ୍ତି ଯେ, ରାଜପୁତଙ୍କ ଭଳି ଜଣେ ଉଦିୟମାନ ଯୁବ ତାରକାଙ୍କ ଆତ୍ମହତ୍ୟା ଖବର ଅତ୍ୟନ୍ତ ଦୁଃଖଦାୟକ । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ବଲିଉଡ ଜଗତ ସମେତ ଦର୍ଶକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଅଭିନେତା ଅନୁପମ ଖେର, ଅଭିନେତା ସଂଜୟ ଦତ୍ତ, କ୍ରିକେଟର ଶିଖର ଧାୱନ, ବିଜେପି ନେତ୍ରୀ ସ୍ମୃତି ଇରାନୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ରବିଶଙ୍କର ପ୍ରସାଦ, କ୍ରିକେଟର ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲି, ବଲିଉଡ ଅଭିନେତା ଅଜୟ ଦେବଗନ, ଅଭିଷେକ ବଚ୍ଚନ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ଗତ ୬ ମାସ ହେଲା ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଶନିବାର ରାତିରେ ତାଙ୍କ ବାସଭବନରେ କିଛି ବନ୍ଧୁଙ୍କ ସହ ରହିଥିଲେ । ତାଙ୍କ ପରିବାର ଲୋକ ମଧ୍ୟ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରିନାହାଁନ୍ତି । କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ ରେ  ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ ସୁସାନ୍ତ ସିଂ ରାଜପୁତ । ଏହି ଫିଲ୍ମ ଦର୍ଶକଙ୍କ ପାଖରେ ତାଙ୍କୁ ବେଶ ଲୋକପ୍ରିୟ କରାଇଥିଲI । ବାୟୋପିକ ଫିଲ୍ମ ଜରିଆରେ ବଲିଉଡକୁ ପ୍ରବେଶ କରିଥିଲେ ସୁଶାନ୍ତ ରାଜପୁତ । ସେହିପରି ଡିଟେକଫିଭ ବ୍ୟୋମକେଶ, ଛିଛୋରେ, ସୁଦ୍ଧ ଦେଶୀ ରୋମାନ୍ସ, କେଦାରନାଥ, ରାଫତା, ଡ୍ରାଇଭ ଭଳି ଫିଲ୍ମରେ ସେ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି ।