ଫ୍ରାନ୍ସ ସଂଗୀତ ମହୋତ୍ସବରେ ମହିଳାଙ୍କୁ ଆକ୍ରମଣ

ଫ୍ରାନ୍ସ ସଂଗୀତ ମହୋତ୍ସବରେ ମହିଳାଙ୍କୁ ଆକ୍ରମଣ
Samaya Live Desk Picture
Published On
ପ୍ୟାରିସ୍: ଫ୍ରାନ୍ସରେ ପ୍ରତିବର୍ଷ ମହାଆଡ଼ମ୍ବରରେ ଆୟୋଜିତ ହେଉଥିବା ଫେଟେ ଡେ ଲା ମ୍ୟୁଜିକ୍ ନାମକ ସଂଗୀତ ମହୋତ୍ସବ ଏଥର ହିଂସା ଏବଂ ଅପରାଧର କେନ୍ଦ୍ର ପାଲଟିଛି। ଲକ୍ଷ ଲକ୍ଷ ଲୋକଙ୍କ ଯୋଗଦାନରେ ଏହି ଜାତୀୟ ସଂଗୀତ ମହୋତ୍ସବରେ ମହିଳାଙ୍କ ଉପରେ ଗୁରୁତର ଆକ୍ରମଣ ହୋଇଛି। ଉତ୍ସବ ଏବଂ ଖୁସିରେ ପରିପୂର୍ଣ୍ଣ ଏହି କାର୍ଯ୍ୟକ୍ରମରେ ଛୁରାମାଡ଼,ଯୌନ ନିର୍ଯାତନା,ଦଳାଚକଟା ଏବଂ ବିଶୃଙ୍ଖଳାର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ଯୋଗୁଁ ସମଗ୍ର ସଂଗୀତ ମହୋତ୍ସବର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠିଛି। ଫରାସୀ ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତଥା କଡ଼ା ନଜର ରଖାଯିବା ଲାଗି ହେଲିକପ୍ଟର ଏବଂ ନିରୀକ୍ଷଣ ଡ୍ରୋନ୍‌ର ବ୍ୟାପକ ବ୍ୟବହାର କରାଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଫ୍ରାନ୍ସରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ବହୁ ସଂଖ୍ୟାରେ ନିୟୋଜିତ କରାଯାଇଥିଲା। ପୁଲିସ ଦେଶର ବିଭିନ୍ନ ସ୍ଥାନରୁ ଏହି ଘଟଣା ସହିତ ଜଡିତ ପ୍ରାୟ ୨୪୩ ଜଣଙ୍କୁ ଗିରଫ କରିଛି।
Tags: