ଫେବ୍ରୁଆରି ୧୨ରେ ଶେଷ ହେବ ରାଷ୍ଟ୍ରପତି ଶାସନ

ଫେବ୍ରୁଆରି ୧୨ରେ ଶେଷ ହେବ ରାଷ୍ଟ୍ରପତି ଶାସନ
Samaya Live Desk Picture
Published On

ଇମ୍ଫା‌ଲ :- ମଣିପୁରରେ ପ୍ରାୟ ଗୋଟିଏ ବର୍ଷ ଧରି ଜାରି ରହିଥିବା ରାଷ୍ଟ୍ରପତି ଶାସନ ଏବେ ଶେଷ ହେବାକୁ ଯାଉଛି। ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ଫେବ୍ରୁଆରି ୧୨ ତାରିଖରେ ଶେଷ ହେଉଛି। ରାଜ୍ୟରେ ଜନତାଙ୍କ ସରକାର ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ମଣିପୁରର ସମସ୍ତ ଏନ୍‌ଡିଏ ବିଧାୟକଙ୍କୁ ଦିଲ୍ଲୀ ଡକାଇଛନ୍ତି। ମଣିପୁରର ରାଜନୈତିକ ପରିସ୍ଥିତି ସମ୍ପର୍କରେ ସୋମବାର, ଫେବ୍ରୁଆରି ତାରିଖରେ ରାଜଧାନୀ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ରିପୋର୍ଟ ଅନୁଯାୟୀ, ମଣିପୁର ବିଜେପି ସଭାପତି ଅଧିରାଜମାୟୁମ୍ ଶାରଦା ଦେବୀ ୨୦ ରୁ ଅଧିକ ବିଜେପି ବିଧାୟକ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏନ୍‌ଡିଏ ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି ନାଗା ପିପୁଲ୍ସ ଫ୍ରଣ୍ଟର ବିଧାୟକମାନଙ୍କୁ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି। ବିଜେପି ରାଜ୍ୟ ୟୁନିଟ୍ ସଭାପତି ଦିଲ୍ଲୀ ଯିବା ପୂର୍ବରୁ ଆଶା ପ୍ରକାଶ କରିଛନ୍ତି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ଏକ ସ୍ଥିର ସରକାର ଗଠନ ହେବ।

Tags: