ଫିଲିପାଇନ୍ସ ଭୂମିକମ୍ପରେ ୫ ମୃତ

ଫିଲିପାଇନ୍ସ ଭୂମିକମ୍ପରେ ୫ ମୃତ
Samaya Live Desk Picture
Published On
ମାନିଲା: ସୋମବାର ସକାଳେ ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ଥିଲା। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠର ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ପରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର କିଛି ସ୍ଥାନରେ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପ ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ସତର୍କତା ସ୍ବରୂପ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଦ୍ୱୀପର ଜେନେରାଲ ସାଣ୍ଟୋସ୍ ସିଟିରୁ ୧୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା। ସ୍ଥାନୀୟ ସମୟ ସକାଳ ୭:୩୭ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୫:୦୭ ରୁ ୬:୨୫ ମଧ୍ୟରେ ତିନୋଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପର ତୀବ୍ରତା ୭.୭ ଥିଲା। ଏହା ସକାଳ ୫:୦୭ ରେ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା ପୃଥିବୀ ପୃଷ୍ଠରୁ ୯୩ କିଲୋମିଟର ତଳେ ଥିଲା। ଦ୍ୱିତୀୟ ଭୂମିକମ୍ପ ସକାଳ ୫:୧୮ ରେ ଆସିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬:୪ ଥିଲା। ଏହାର କେନ୍ଦ୍ରସ୍ଥଳ ଭୃପୃଷ୍ଠର ୭୯ କିଲୋମିଟର ଗଭୀରରେ ଥିଲା। ତୃତୀୟ ଭୂମିକମ୍ପ ସକାଳ ୬:୨୫ ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଭୃପୃଷ୍ଠର ୭୬ କିଲୋମିଟର ତଳେ ଥିଲା।
Tags: