ପ୍ୟାରିସରେ ଦଙ୍ଗା ଓ ପୋଡ଼ାଜଳା: ୨ ମୃତ
ପ୍ୟାରିସ: ପ୍ୟାରିସ୍ ସେଣ୍ଟ ଜର୍ମନ (ପିଏସ୍ଜି) ଫୁଟବଲ କ୍ଲବ୍ର ବିଜୟକୁ ନେଇ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଦଙ୍ଗା ଓ ବ୍ୟାପକ ହିଂସା ଦେଖାଯାଇଛି। ହିଂସା ଯୋଗୁଁ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ୟାରିସରେ ଜଣେ ବ୍ୟକ୍ତିଙ୍କୁ ଏକ କାର୍ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଦକ୍ଷିଣ-ପଶ୍ଚିମ ସହର ଡାକ୍ସରେ ପିଏସ୍ଜି ବିଜୟ ପାଇଁ ଏକ ସମାବେଶରେ ଜଣେ ୧୭ ବର୍ଷୀୟ ବାଳକକୁ ଛୁରାମାଡ଼ କରାଯାଇଥିଲା।ସୂଚନାଯୋଗ୍ୟ, ବୁଡାପେଷ୍ଟରେ ଖେଳାଯାଇଥିବା ଚାମ୍ପିଅନ୍ସ ଲିଗ୍ ଫାଇନାଲରେ ପିଏସ୍ଜି କ୍ଲବ୍ ଆର୍ସେନାଲ କ୍ଲବ୍କୁ ପେନାଲ୍ଟି ସୁଟ୍ଆଉଟ୍ରେ ୪-୩ ଗୋଲରେ ପରାସ୍ତ କରି ଟ୍ରଫି ବଜାୟ ରଖିଥିଲା। ପିଏସ୍ଜିର ଏହି ବିଜୟରେ ପ୍ୟାରିସ୍ର ଜନତା ଉତ୍ସବ ପାଳୁଥିବାବେଳେ ଦେଖୁ ଦେଖୁ ଫ୍ରାନ୍ସ ରାଜଧାନୀରେ ଅରାଜକତା ବ୍ୟାପି ଯାଇଥିଲା। ମ୍ୟାଚ୍ ଶେଷ ହେବା ପରେ ଆଇଫେଲ୍ ଟାୱାରକୁ ପିଏସ୍ଜିର ନୀଳ ଓ ଲାଲ ରଙ୍ଗରେ ଆଲୋକିତ କରାଯାଇଥିଲା। କିନ୍ତୁ କିଛି ଘଣ୍ଟା ମଧ୍ୟରେ ସହରର ରାସ୍ତାଗୁଡ଼ିକରେ ପରିସ୍ଥିତି ଖରାପ ହୋଇଯାଇଥିଲା। ରବିବାର ସକାଳ ସୁଦ୍ଧା ୭୮୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା ଓ ୨୬୪ରୁ ଅଧିକ କାର୍ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି।
Tags:




