ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ସାମୟିକ ସ୍ଥଗିତ

ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ସାମୟିକ ସ୍ଥଗିତ
Samaya Live Desk Picture
Published On
କେଦାରନାଥ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା ସହ ଅରେଞ୍ଜ ଆଲର୍ଟ ଜାରି କରାଯିବା ପରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଚାରିଧାମ ଯାତ୍ରା କରୁଥିବା ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ତୀର୍ଥଯାତ୍ରା ବନ୍ଦ କରାଯାଇଛି। ପାଗ ସୁଧୁରିବା ପରେ ଯାତ୍ରା ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି। ଗଡୱାଲ କମିସନର ଆନନ୍ଦ ସ୍ୱରୂପ କହିଛନ୍ତି ଯେ, ପ୍ରତିକୂଳ ପାଗ ମଧ୍ୟରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ତୀର୍ଥଯାତ୍ରୀମାନଙ୍କୁ ସାମୟିକ ଭାବରେ ଅଟକାଯାଇଛି। ପାଗ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଶ୍ରୀନଗର ସମେତ ହଲ୍ଟ ପଏଣ୍ଟରେ ତୀର୍ଥଯାତ୍ରୀମାନଙ୍କୁ ଅଟକାଇ ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି ଯେ, ଉତ୍ତରାଖଣ୍ଡର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅଧିକାଂଶ ପାହାଡ଼ିଆ ଜିଲ୍ଲା ଓ ହରିଦ୍ୱାରରେ ୩,୫୦୦ ମିଟରରୁ ଅଧିକ ଉଚ୍ଚ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା, ବଜ୍ରପାତ ଓ ତୁଷାରପାତ ହେବାର ସମ୍ଭାବନା ରହିଛି।
Tags: