ପୂର୍ବ ଲଦାଖରେ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଲେହ: ପୂର୍ବ ଲଦାଖରେ ଏକ ସେନା ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ଏଥିରେ ଥିବା ବରିଷ୍ଠ ସାମରିକ ଅଧିକାରୀମାନେ ସୁରକ୍ଷିତ ଅଛନ୍ତି। ଦୁଇ ପାଇଲଟ ଆହତ ହୋଇଥିବା ଜଣାପଡ଼ିଛି। ସେନା ଏପର୍ଯ୍ୟନ୍ତ ଦୁର୍ଘଟଣା ସମ୍ପର୍କରେ ନିଶ୍ଚିତ କରିନାହିଁ। ପୂର୍ବ ଲଦାଖର ଭାରତ ଚୀନ୍ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଥିବା ଶୋକ୍ ନଦୀ ନିକଟରେ ଥିବା ଟାଙ୍ଗଷ୍ଟେ ଅଞ୍ଚଳରେ ୨୦ ମେ’ବୁଧବାର ଦିନ ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ହେଲିକପ୍ଟରଟି ଏକ ପାହାଡ଼ ଉପରେ ଖସିପଡ଼ିଥିଲା। ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁର୍ଘଟଣାର ୧୫-୨୦ ମିନିଟ୍ ମଧ୍ୟରେ ସାହାଯ୍ୟ ପହଞ୍ଚିଥିଲା। ସେମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ସୁରକ୍ଷିତ ଭାବରେ ଲେହକୁ ସ୍ଥାନାନ୍ତର କରାଯାଇଥିଲା। ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହା ଉପରେ ସେନା ନିଜସ୍ୱ ତଦନ୍ତ ଆରମ୍ଭ କରିଛି। ସେନା ପକ୍ଷରୁ କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ଅଞ୍ଚଳର ପାଗ ଖରାପ ନଥିଲା। ହେଲିକପ୍ଟର ସିଧା ପାହାଡ଼ରେ ଧକ୍କା ହୋଇଥିବା ଅନୁମାନ କରାଯାଉଛି।
Tags:



