ପୁଣି ଝଟକା; ଭାରତର ଏନ୍‌ଏଚ୍‌ ପ୍ରକଳ୍ପରେ ଭାଗ ନେଇପାରିବନି ଚୀନ କମ୍ପାନୀ

ଭୁବନେଶ୍ୱର : ଜୁଲାଇ ୦୧:ଚୀନ ଆପ ବ୍ୟାନ ପରେ ପୁଣି ଚୀନକୁ ଝଟକା ଦେଇଛି ଭାରତ । କୌଣସି ଚୀନ୍‌ କମ୍ପାନୀଗୁଡ଼ିକୁ ରାଜପଥ ପ୍ରକଳ୍ପରେ ଭାଗ ନେବାକୁ ଭାରତ ଅନୁମତି ଦେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡକ ପରିବହନ ତଥା ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ଚୀନ କମ୍ପାନୀଗୁଡିକ ମଧ୍ୟ ମିଳିତ ଉଦ୍ୟୋଗ ଭାଗୀଦାରୀ ଭାବରେ କାମ କରିବାକୁ ଅନୁମତି ପାଇବେ ନାହିଁ ଏହା ସହ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ […]

Samaya Live Picture
Published On

ଭୁବନେଶ୍ୱର : ଜୁଲାଇ ୦୧:ଚୀନ ଆପ ବ୍ୟାନ ପରେ ପୁଣି ଚୀନକୁ ଝଟକା ଦେଇଛି ଭାରତ । କୌଣସି ଚୀନ୍‌ କମ୍ପାନୀଗୁଡ଼ିକୁ ରାଜପଥ ପ୍ରକଳ୍ପରେ ଭାଗ ନେବାକୁ ଭାରତ ଅନୁମତି ଦେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡକ ପରିବହନ ତଥା ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ଚୀନ କମ୍ପାନୀଗୁଡିକ ମଧ୍ୟ ମିଳିତ ଉଦ୍ୟୋଗ ଭାଗୀଦାରୀ ଭାବରେ କାମ କରିବାକୁ ଅନୁମତି ପାଇବେ ନାହିଁ ଏହା ସହ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପରି ବିଭିନ୍ନ କ୍ଷେତ୍ରରେ ଚାଇନାର ନିବେଶକମାନେ କୌଣସି ପ୍ରକାରର ନିବେଶ ଯେମିତି କରିପାରିବେ ନାହିଁ, ସେ ନେଇ ସରକାର ସୁନିଶ୍ଚିତ କରିବେ ବୋଲି ଶ୍ରୀ ଗଡକରୀ କହିଛନ୍ତି । ଲଦାଖରେ ଭାରତ-ଚୀନ ଯବାନଙ୍କ ସଂଘର୍ଷ ଜନୀତ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ପରେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ୫୯ଟି ଆପ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି । ଏହିକ୍ରମରେ ବୁଧବାର ଆଉ ଏକ କଡ଼ା ଆଭିମୁଖ୍ୟ ସ୍ୱରୂପ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ସଡକ ର୍ନିମାଣ ପାଇଁ ଚାଇନାର ସହଭାଗୀ ଥିବା ମିଳିତ ଉଦ୍ୟୋଗକୁ ଅନୁମତି ଦିଆଯିବ ନାହିଁ ।