ପାକିସ୍ତାନରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ସେଫ୍ ହାଉସ୍ ପଠାଇଲେ କୋର୍ଟ

ପାକିସ୍ତାନରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ସେଫ୍ ହାଉସ୍ ପଠାଇଲେ କୋର୍ଟ
Samaya Live Desk Picture
Published On
ଇସ୍‌ଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶର ଟାଣ୍ଡୋ ଆଲ୍ଲାହ୍ୟାର ଜିଲ୍ଲାରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ନେଇ ଗୁରୁତର ଅଭିଯୋଗ ଆସିଛି। ପରିବାର ପକ୍ଷରୁ ଦୁଇ ଭଉଣୀଙ୍କୁ ଅପହରଣ, ଧର୍ମ ପରିବର୍ତ୍ତନ ଏବଂ ମୁସଲିମ୍ ଯୁବକଙ୍କ ସହ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ମାମଲାର ଶୁଣାଣି ସମୟରେ କୋର୍ଟ ଦୁଇ ଝିଅଙ୍କୁ ସେଫ୍ ହାଉସ୍‌କୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ ଅନୁସାରେ, ଝିଅ ଦୁଇଜଣଙ୍କ ବୟସ ୧୩ ଓ ୧୪ ବର୍ଷ ବୋଲି ଦାବି କରାଯାଇଛି। ସେମାନେ କାଚ୍ଛି କୋହଲି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ପରିବାରର ଅଭିଯୋଗ ଅନୁସାରେ, ସେମାନଙ୍କୁ ଅପହରଣ କରି ଇସଲାମ୍ ଧର୍ମ ଗ୍ରହଣ କରାଯାଇଥିଲା ଏବଂ ପରେ ଦୁଇ ଜଣ ମୁସଲିମ୍ ଯୁବକଙ୍କ ସହ ବିବାହ କରାଯାଇଥିଲା। କୋର୍ଟରେ ଶୁଣାଣି ପରେ ଦୁଇ ଭଉଣୀ ଭାବପ୍ରବଣ ହୋଇପଡ଼ିଥିବା ଏବଂ ନିଜ ପରିବାର ପାଖକୁ ଫେରିବାକୁ ନିବେଦନ କରିଥିବା ରିପୋର୍ଟରେ କୁହାଯାଇଛି। ତେବେ କୋର୍ଟ ସେମାନଙ୍କୁ ତୁରନ୍ତ ପିତାମାତାଙ୍କ ସହ ପଠାଇବା ପରିବର୍ତ୍ତେ ଦୁଇ ଦିନ ପାଇଁ ଏକ ସେଫ୍ ହାଉସ୍‌ରେ ରଖିବାକୁ ଆଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ପାକିସ୍ତାନର ଅଳ୍ପସଂଖ୍ୟକ ଅଧିକାର କର୍ମୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଝିଅମାନଙ୍କ ବୟସ, ସେମାନଙ୍କ ଇଚ୍ଛା ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ସ୍ୱାଧୀନ ଆଇନଗତ ଓ ମାନସିକ ସହାୟତା ଦେବାକୁ ଦାବି ହୋଇଛି।
Tags: