ପାକିସ୍ତାନରେ ଏଲପିଜି ସିଲିଣ୍ଡର ଦାମ୍ ୯୨୪ ଟଙ୍କା ବଢ଼ିଲା
ଇସଲାମାବାଦ: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ସଂଘର୍ଷ ଯୋଗୁଁ ପାକିସ୍ତାନରେ ଏକ ଗୁରୁତର ଆର୍ଥିକ ବିପର୍ଯ୍ୟୟ ଦେଖାଦେଇଛି। ଯାହାଫଳରେ ଦେଶରେ ତୈଳ ଓ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଛି। ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଦେଶରେ ଏବେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ପାକିସ୍ତାନର ତୈଳ ଓ ଗ୍ୟାସ ନିୟାମକ ପ୍ରାଧିକରଣ (ଓଗ୍ରା) ଏପ୍ରିଲ ମାସ ପାଇଁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ଏହି ନିଷ୍ପତ୍ତି ପରେ ୧୧.୮ କିଲୋଗ୍ରାମ ବିଶିଷ୍ଟ ପ୍ରତି ସିଲିଣ୍ଡରର ମୂଲ୍ୟ ୯୨୪ ପାକିସ୍ତାନୀ ଟଙ୍କା ବୃଦ୍ଧି ପାଇ ମୋଟ ୩,୫୮୮.୬୦ ଟଙ୍କାରେ ପହଞ୍ଚିଛି। ଏଥିପୂର୍ବରୁ ସିଲିଣ୍ଡରର ମୂଳ୍ୟ ମାର୍ଚ୍ଚ ମାସରେ ୨,୬୬୪.୮୮ ଟଙ୍କା ଥିଲା। ଏହି ଅପ୍ରତ୍ୟାଶିତ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟ ଉପରେ ଶକ୍ତ ଆଘାତ ଦେଇଛି।
Tags:



