ନ୍ୟାୟ ପାଇଁ ଜାତିସଂଘର ଦ୍ବାରସ୍ଥ ହେଲା ଇରାନ

ନ୍ୟାୟ ପାଇଁ ଜାତିସଂଘର ଦ୍ବାରସ୍ଥ ହେଲା ଇରାନ
Samaya Live Desk Picture
Published On
ନ୍ୟୁୟର୍କ: ନ୍ୟାୟ ପାଇଁ ଇରାନ ଜାତିସଂଘର ଦ୍ବାରସ୍ଥ ହୋଇଛି। ଆମେରିକା-ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି ରହିଥିବାବେଳେ ଇରାନ ୪ ଆରବ ଦେଶଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଜାତିସଂଘରେ ଫେରାଦ୍ କରିଛି। ଇରାନ କହିଛି ଯୁଦ୍ଧରେ ୟୁଏଇ, ସାଉଦି ଆରବ, କତାର ଏବଂ କୁଏତରେ ଥିବା ସାମରିକ ଘାଟିରୁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ଏସବୁ ଦେଶଙ୍କ ସହିତ ଭଲ ପଡ଼ୋଶୀ ଭାବେ ସମ୍ପର୍କ ରଖାଯାଇଥିବାବେଳେ ସେମାନେ ଏଭଳି ପଦକ୍ଷେପ ନେବା ଠିକ୍ ହୋଇନି ବୋଲି ଇରାନ କହିଛି। ‌ଏସବୁ ଦେଶ ଆଗାମୀ ଦିନରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଇରାନ ଅପିଲ୍ କରିଛି। ଜାତିସଂଘରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ତଥା ସ୍ଥା୍ୟୀ ପ୍ରତିନିଧି ଅମିର ସଇଦ ଇରାୱାନୀ ଚିଠିରେ ଉଲ୍ଳେଖ କରିଛନ୍ତି, ଆର୍ନ୍ତଜାତୀୟ ଆଇନ ଅନୁସାରେ ଯଦି କୌଣସି ଦେଶର ଅଞ୍ଚଳରୁ ଅନ୍ୟ ଦେଶ ଦ୍ବାରା ତୃତୀୟ ଦେଶ ଉପରେ ଆକ୍ରମଣ କରାଯାଏ ତେବେ ଏଥିପାଇଁ ଯେଉଁ ଦେଶର ଅଞ୍ଚଳ ବ୍ୟବହାର କରାଯାଇଥିବ ସେ ଦେଶ ହିଁ ଉତ୍ତରଦାୟୀ ହେବ। ଇରାନ ଏଭଳି କାର୍ଯ୍ୟର ଦୃଢ଼ ବିରୋଧ କରିବା ସହିତ ଏହାକୁ ନିନ୍ଦା କରୁଛି। ଆମେରିକା ତଥା ଇସ୍ରାଏଲକୁ ଆମ ଉପରେ ଆକ୍ରମଣ କରିବାରେ ସହାୟତା କରିଥିବା ଦେଶକୁ ଏପରି ନକରିବାକୁ ଆମେ ଅପିଲ୍ କରୁଛୁ ବୋଲି ଅମିର କହିଛନ୍ତି।
Tags: