ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଭାସିଆସିଥିବା ବ୍ୟାଙ୍କ ଲକର ଭାଙ୍ଗିଥିବାରୁ ୨୯ ଗିରଫ

ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଭାସିଆସିଥିବା ବ୍ୟାଙ୍କ ଲକର ଭାଙ୍ଗିଥିବାରୁ ୨୯ ଗିରଫ
Samaya Live Desk Picture
Published On
କାଠମାଣ୍ଡୁ: ନେପାଳରେ ପ୍ରଳୟଙ୍କରୀ ବନ୍ୟା ସମୟରେ ତ୍ରିଶୂଳୀ ନଦୀର ପ୍ରବଳ ସ୍ରୋତରେ ରସୁୱା ଓ ଉପରମୁଖୀ ଅଞ୍ଚଳରୁ ଭାସି ଆସିଥିବା ବ୍ୟାଙ୍କ ଲକରକୁ ଭାଙ୍ଗି ଟଙ୍କା ଲୁଟି ନେଉଥିବା ବେଳେ ୨୯ ଜଣଙ୍କୁ ଗିରଫ କରାଯାଇଛି। ସଶସ୍ତ୍ର ପୋଲିସ ବଳ (ଏପିଏଫ୍) ଏବଂ ନେପାଳ ପୋଲିସର ଏକ ମିଳିତ ଟିମ୍ ତଲାସି ଓ ପାଟ୍ରୋଲିଂ ସମୟରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ୯୨ ଲକ୍ଷ ୬୮ ହଜାର ୫୦୫ ନେପାଳୀ ଟଙ୍କା ଜବତ କରିଛି। ଗିରଫ ହୋଇଥିବା ସମସ୍ତ ୨୯ ଜଣଙ୍କୁ ଧାଡିଂ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ହେପାଜତରେ ରଖାଯାଇଛି। ସେମାନଙ୍କ ବିରୋଧରେ ଅଧିକ ତଦନ୍ତ ସହ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବନ୍ୟା ଓ ବିପର୍ଯ୍ୟୟର ସୁଯୋଗ ନେଇ କିଛି ବ୍ୟକ୍ତି ସରକାରୀ, ବ୍ୟବସାୟିକ ଏବଂ ବ୍ୟକ୍ତିଗତ ସମ୍ପତ୍ତି ଭଙ୍ଗାରୁଜା, ଚୋରି ଓ ଲୁଟପାଟ କରୁଥିବାରୁ ଏହାକୁ ରୋକିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ କଡ଼ା ନଜର ରଖାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
Tags: