ନେପାଳର ଜଳପ୍ରଳୟ ପରେ ହିମାଳୟର ହିମବାହୀ ହ୍ରଦକୁ ନେଇ ବଢ଼ିଲା ଭାରତର ଚିନ୍ତା

ନେପାଳର ଜଳପ୍ରଳୟ ପରେ ହିମାଳୟର ହିମବାହୀ ହ୍ରଦକୁ ନେଇ ବଢ଼ିଲା ଭାରତର ଚିନ୍ତା
Samaya Live Desk Picture
Published On
ନୂଆଦିଲ୍ଲୀ: ନେପାଳରେ ହିମବାହ ହ୍ରଦ ବିପର୍ଯ୍ୟୟ ପରେ ହିମାଳୟ ଅଞ୍ଚଳରେ ଥିବା ପ୍ରାୟ ୨୦୦ ଉଚ୍ଚ-ବିପଦପୂର୍ଣ୍ଣ ହିମବାହ ହ୍ରଦକୁ ନେଇ ଭାରତ ନିଜସ୍ୱ ରଣନୀତି ଏବଂ ଏପରି ବିପଦର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଉପରେ ପୁନଃ ଆଲୋଚନା ଆରମ୍ଭ କରିଛି। ସରକାରଙ୍କ ପକ୍ଷରୁ କରାଯାଇଥିବା ହିମବାହ ହ୍ରଦ ସର୍ଭେ ଅନୁଯାୟୀ, ହିମାଳୟ ପର୍ବତମାଳାରେ ପ୍ରାୟ ୭୫୦୦ ହିମବାହ ହ୍ରଦ ଅବସ୍ଥିତ। ଏହାର ୧୦% କେବଳ ସିକିମରେ ରହିଛି। ସେଥିମଧ୍ୟରୁ ୨୫ଟିକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ଅଧ୍ୟୟନରୁ ଜଣାପଡିଛି, ସେଥିମଧ୍ୟରୁ ୪୭୦୦ ହିମବାହ ହ୍ରଦ ଗଙ୍ଗା ନଦୀ ଅବବାହିକାରେ ଅବସ୍ଥିତ ଏବଂ ସେସବୁର ଜଳଧାରଣ କ୍ଷମତା ୨.୫ ଲକ୍ଷ ବର୍ଗ କିଲୋମିଟରରୁ ଅଧିକ। ଏହା ଭାଙ୍ଗିବା ଦ୍ୱାରା ଏକ ବିରାଟ ଧରଣର କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ୨୦୨୩ ଅକ୍ଟୋବର ୩ରେ ସିକିମର ଦକ୍ଷିଣ ଲହୋନାକ୍ ହ୍ରଦରେ ୧୪.୭ ଘନ ମିଟରର ହିମଶିଳା ପଥର ମଧ୍ୟରାତ୍ରିରେ ଧସି ପଡ଼ିଥିଲା। ଏହା ଯୋଗୁଁ ୨୦ ମିଟର ଉଚ୍ଚ ବିସ୍ଥାପନ ତରଙ୍ଗ ସୃଷ୍ଟି କରିଥିଲା,ଯାହା ଫଳରେ ତଳମୁଣ୍ଡରେ ଥିବା ଅନେକ ଜଳ ବିଦ୍ୟୁତ୍ ଭିତ୍ତିଭୂମି ଏବଂ ଜନବସତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
Tags: