ଧାର୍ଯ୍ୟ ସମୟର ୪ ବର୍ଷ ପୂର୍ବରୁ ଭାରତ ଏହାର ବାଘ ସଂଖ୍ୟା କୁ ଦୁଇ ଗୁଣିତ କରିପାରିଛି; ପ୍ରଧାନମନ୍ତ୍ରୀ ବନ୍ୟଜନ୍ତୁ ପ୍ରେମୀ ଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ନୂଆଦିଲ୍ଲୀ: ଜୁଲାଇ ୨୯: ବାଘ ସଂଖ୍ୟା ଦ୍ୱିଗୁଣିତ ହେଇଛି I ଟାଇଗର ସଂରକ୍ଷଣ ଉପରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ର ଚାରି ବର୍ଷ ପୂର୍ବରୁ ବାଘ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅନ୍ତର୍ଜାତୀୟ ଟାଇଗର ଦିବସରେ କହିଛନ୍ତି। ବନ୍ୟଜନ୍ତୁ ପ୍ରେମୀ,, ବିଶେଷ କରି ଯେଉଁମାନେ ବାଘ ସଂରକ୍ଷଣ ପ୍ରତି ଆଗ୍ରହୀ, ସେମାନଙ୍କୁ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି: ଭାରତ ହେଉଛି ବିଶ୍ୱ ର ୭୦ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୨୯: ବାଘ ସଂଖ୍ୟା ଦ୍ୱିଗୁଣିତ ହେଇଛି I ଟାଇଗର ସଂରକ୍ଷଣ ଉପରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ର ଚାରି ବର୍ଷ ପୂର୍ବରୁ ବାଘ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅନ୍ତର୍ଜାତୀୟ ଟାଇଗର ଦିବସରେ କହିଛନ୍ତି।
ବନ୍ୟଜନ୍ତୁ ପ୍ରେମୀ,, ବିଶେଷ କରି ଯେଉଁମାନେ ବାଘ ସଂରକ୍ଷଣ ପ୍ରତି ଆଗ୍ରହୀ, ସେମାନଙ୍କୁ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି: ଭାରତ ହେଉଛି ବିଶ୍ୱ ର ୭୦ ଭାଗ ବାଘ ଙ୍କର ବାସସ୍ଥାନ I ଆମେ ଆମର ବାଘମାନଙ୍କ ପାଇଁ ନିରାପଦ ବାସସ୍ଥାନ ସୁନିଶ୍ଚିତ କରିବା ଏବଂ ବାଘ ଅନୁକୂଳ ଇକୋ-ସିଷ୍ଟମ ପ୍ରତିପୋଷଣ ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ। ”

“ଭାରତରେ ୧୮ ଟି ରାଜ୍ୟରେ ୫୧ ଟି ଟାଇଗର ସଂରକ୍ଷଣ ସ୍ଥାନ ରହିଛି। ୨୦୧୮ ବାଘ ଗଣନାରେ ବାଘସଂଖ୍ୟା ବୃଦ୍ଧି ଘଟିଥିବାର ଦେଖାଯାଇଥିଲା । ଟାଇଗର ସଂରକ୍ଷଣ ଉପରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମାର 4 ବର୍ଷ ପୂର୍ବରୁ ଭାରତ ଟାଇଗର ଜନସଂଖ୍ୟାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି I ‘

ବାଘ ସଂରକ୍ଷଣ ପାଇଁ ଭାରତ ତାର ରଣନୀତି ରେ ସ୍ଥାନୀୟ ସମ୍ପ୍ରଦାୟକୁ ଜଡିତ କରିବାରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ | ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଶହ ଶହ ବର୍ଷର ଅଭ୍ୟାସ ଅନୁସାରେ ଆମେ ସମସ୍ତ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ସହ ସୁସମ୍ପର୍କ ରକ୍ଷାକରି ଜୀବନଯାପନ କରୁ I