ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭

ଭୁବନେଶ୍ୱର: ଜୁଲାଇ ୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୭୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୪୮୨ ଜଣଙ୍କର ମୃତ୍ୟୁ ହେଇଛି I ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା , ଭାରତରେ କ୍ରମାଗତ ଭାବରେ ୬ ଦିନଧରି ଦିନ ପିଛା ୨୦,୦୦୦ ରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି I ଦେଶରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭, ୪୨, ୪୧୭ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୪,୫୬,୮୩୨ ଜଣ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୭୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୪୮୨ ଜଣଙ୍କର ମୃତ୍ୟୁ ହେଇଛି I ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା , ଭାରତରେ କ୍ରମାଗତ ଭାବରେ ୬ ଦିନଧରି ଦିନ ପିଛା ୨୦,୦୦୦ ରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି I
ଦେଶରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭, ୪୨, ୪୧୭ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୪,୫୬,୮୩୨ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୨,୬୪,୯୪୪ ଜଣ ଚିକିତ୍ସାଧୀନ ଅଛନ୍ତି I
ଦେଶରେ ଏ ପର୍ଯ୍ୟନ୍ତ ୨୦,୬୪୨ ଜଣଙ୍କର ମୃତ୍ୟୁ ହେଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ସର୍ବାଧିକ ୨,୧୭,୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ତାମିଲନାଡୁ ରେ ୧,୧୮,୫୯୪ ଜଣ,ଦିଲ୍ଲୀ ରେ ୧,୦୨,୮୩୧ଜଣ, ଗୁଜରାଟ ରେ ୩୭, ୫୫୦ ଜଣ, ଉତ୍ତର ପ୍ରଦେଶ ରେ ୨୯, ୯୬୮ ଜଣ, ତେଲେଙ୍ଗାନା ରେ ୨୭,୬୧୨ ଜଣ, କର୍ଣ୍ଣାଟକ ରେ ୨୬, ୮୧୫ ଜଣ ଓ ୱେଷ୍ଟ ବେଙ୍ଗଲ ରେ ୨୩,୮୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I