ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୨,୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଜୁଲାଇ ୪: ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୨୨,୭୭୧ ଜଣ କରୋନା ଆକ୍ରାନ୍ତ I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୬, ୪୮, ୩୧୫ କୁ ବୃଦ୍ଧି ପାଇଛି I ୨୪ ଘଂଟାରେ ୪୪୨ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧୮,୬୫୫ ରେ ପହଂଚିଛି I ଅନ୍ୟପକ୍ଷରେ, ଦେଶରେ ମୋଟ ୩,୯୪,୨୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି […]

Samaya Live Picture
Published On

ଭୁବନେଶ୍ୱର : ଜୁଲାଇ ୪: ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୨୨,୭୭୧ ଜଣ କରୋନା ଆକ୍ରାନ୍ତ I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୬, ୪୮, ୩୧୫ କୁ ବୃଦ୍ଧି ପାଇଛି I
୨୪ ଘଂଟାରେ ୪୪୨ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧୮,୬୫୫ ରେ ପହଂଚିଛି I
ଅନ୍ୟପକ୍ଷରେ, ଦେଶରେ ମୋଟ ୩,୯୪,୨୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I କୋଭିଡ-19 ସଂକ୍ରମିତଙ୍କ ମଧ୍ୟରୁ ଆରୋଗ୍ୟଙ୍କ ସଂଖ୍ୟା ଶତକଡା 60 ଭାଗ ଅତିକ୍ରମ କରିଛି I
ଏବେ ୨,୩୫,୪୩୩ ଜଣ ଚିକିତ୍ସାଧୀନ ଅଛନ୍ତି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ସର୍ବାଧିକ ୧,୯୨,୯୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୧,୦୨,୭୨୧, ଦିଲ୍ଲୀ ରେ ୯୪,୬୯୫ ଜଣ, ଗୁଜରାଟ ରେ ୩୪,୬୦୦ ଜଣ, ଉତ୍ତର ପ୍ରଦେଶ ରେ ୨୫,୭୯୭ ଜଣ, ୱେଷ୍ଟ ବେଙ୍ଗଲ ରେ ୨୦,୪୮୮ ଜଣ, ତେଲେଙ୍ଗାନା ରେ ୨୦,୪୬୨ ଜଣ, କର୍ଣ୍ଣାଟକ ରେ ୧୯,୭୧୦ ଜଣ ଏବଂ ରାଜସ୍ଥାନ ରେ ୧୯,୦୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I