ଦେଶରେ ଗୋଟିଏ ଦିନରେ ସର୍ବାଧିକ ୫୭ ହଜାର ୧୧୭ କୋଭିଡ ପଜିଟିଭ କେଶ ଚିହ୍ନଟ; ୨୪ ଘଂଟାରେ ୭୬୪ ମୃତ

ଭୁବନେଶ୍ୱର: ଅଗଷ୍ଟ ୦୧: ଭାରତରେ ଗୋଟିଏ ଦିନରେ ସର୍ବାଧିକ ୫୭ ହଜାର ୧୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ୭୬୪ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୬ ହଜାର ୫୧୧ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୦୧: ଭାରତରେ ଗୋଟିଏ ଦିନରେ ସର୍ବାଧିକ ୫୭ ହଜାର ୧୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ କୁ ବୃଦ୍ଧି ପାଇଛି I
ସେହିପରି, ୨୪ ଘଂଟାରେ ୭୬୪ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୬ ହଜାର ୫୧୧ ରେ ପହଂଚିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାଇ, ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୩୬ ହଜାର ୫୫୯ ଜଣ କରୋନା ଆକ୍ରାନ୍ତ ଏବଂ ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦ ଲକ୍ଷ ୯୪ ହଜାର ୩୭୪ ରେ ପହଂଚିଛି I
ଏବେ ମୋଟ ୫ ଲକ୍ଷ ୬୫ ହଜାର ୧୦୩ ଜଣ ଚିକିତ୍ସାଧୀନ ଅଛନ୍ତି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ସର୍ବାଧିକ ୪,୨୨,୧୧୮ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୨,୪୫,୮୫୯, ଆନ୍ଧ୍ର ପ୍ରଦେଶ ରେ ୧,୪୦,୯୩୩, ଦିଲ୍ଲୀ ରେ ୧,୩୫,୫୯୮, କର୍ଣ୍ଣାଟକ ରେ ୧,୨୪,୧୧୫, ଉତ୍ତର ପ୍ରଦେଶ ରେ ୮୫, ୪୬୧, ପଶ୍ଚିମ ବଙ୍ଗ ରେ ୭୦,୧୮୮, ତେଲେଙ୍ଗାନା ରେ ୬୨,୭୦୩, ଗୁଜରାଟ ରେ ୬୧,୪୩୮ ଏବଂ ବିହାର ରେ ୫୦,୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I