ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଲା ଏକ୍ସୟୁପି, ୫ ମୃତ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଲା ଏକ୍ସୟୁପି, ୫ ମୃତ
Samaya Live Desk Picture
Published On
1ନୂଆଦିଲ୍ଲୀ: ଏକ ଦ୍ରୁତଗାମୀ ଏକ୍ସୟୁଭି ୭୦୦ ନିୟନ୍ତ୍ରଣ ହରାଇ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରୁ ଖସି ପଡ଼ିବା ପରେ ମାହି ନଦୀ ନିକଟରେ ଏକ ଖାତରେ ପଡ଼ିଯାଇଛି। ଫଳରେ ଜଣେ ୧୫ ବର୍ଷୀୟ ବାଳକ ଏବଂ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।
ପୋଲିସ ସୂଚନା ଅନୁସାରେ, କାର ଭିତରେ ଥିବା ଲୋକମାନେ ଅହମ୍ମଦାବାଦ ଏବଂ ମୁମ୍ବାଇର ବାସିନ୍ଦା। ମୃତକମାନେ ହେଲେ ମୁମ୍ବାଇର କୁର୍ଲାର ଇସାକ ଚୌଧାରୀଙ୍କ ପୁଅ ଗୁଲାମ ରସୁଲ (୭୦), ଭଦୋଦରାର ଗୁଲାମ ରସୁଲ ଚୌଧାରୀଙ୍କ ପୁଅ ଖାଲିସ, ମୁମ୍ବାଇର କୁର୍ଲାର ଦାନିଶ ଚୌଧାରୀଙ୍କ ପୁଅ ଅବଦୁଲ ଗୁଲାମ, ମୁମ୍ବାଇର କୁର୍ଲାର ଉସମାନ ଚୌଧାରୀଙ୍କ ପୁଅ ଦାନିଶ (୧୫) ଏବଂ ଦୁର୍ଗେଶ ପ୍ରସାଦ (୩୫)।
ଶୁକ୍ରବାର ସକାଳ ପ୍ରାୟ ୭ଟାରେ ଭୀମପୁରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଉକ୍ତ ଏକ୍ସୟୁଭି (ଏମ୍‌ଏଚ୍‌୦୩ଇଏଲ୍‌୧୩୮୮)ଟି ଦିଲ୍ଲୀରୁ ଗୁଜୁରାଟ ଅଭିମୁଖେ ଯାତ୍ରା କରୁଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଥିଲେ। କାରଟି ଏକ୍ସପ୍ରେସୱେ ରେଲିଂ ଭାଙ୍ଗି ତଳେ ଥିବା ଖାତକୁ ଖସିପଡ଼ିଲା। ଧକ୍କା ଯୋଗୁଁ ବ୍ୟାପକ କ୍ଷତି ହୋଇଥିଲା, ଗାଡ଼ିର ସମ୍ମୁଖ ଅଂଶ ଏବଂ ଛାତ ଛିଣ୍ଡି ଯାଇଥିଲା। ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ବମ୍ପର ଏବଂ ନମ୍ବର ପ୍ଲେଟର କିଛି ଅଂଶ ମିଳିଥିଲା। ମୃତଦେହଗୁଡ଼ିକୁ ରତଲାମର ଡକ୍ଟର ଲକ୍ଷ୍ମୀ ନାରାୟଣ ପାଣ୍ଡେ ସରକାରୀ ମେଡିକାଲ କଲେଜକୁ ପଠାଯାଇଛି, ଯେଉଁଠାରେ ପୀଡିତଙ୍କ ପରିବାର ପହଞ୍ଚିବା ପରେ ପୋଷ୍ଟମର୍ଟମ ପରୀକ୍ଷା କରାଯିବ। ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
Tags: