ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ ହତ୍ୟା

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ ହତ୍ୟା
Samaya Live Desk Picture
Published On
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ୪୩ ବର୍ଷୀୟା ଜଣେ ଅଧ୍ୟାପିକାଙ୍କୁ ପୂର୍ବ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ୍‌ରେ ହତ୍ୟା କରାଯାଇଛି। ଦେବୋସ୍ମିତା ପଲ୍‌ ନାମକ ଏହି ମହିଳା ଜଣକ ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭରେ ଥିବା ସତ୍ୟମ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିବାବେଳେ ତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ରୁହନ୍ତି। ଦେବସ୍ମିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ତାଙ୍କର ଦୁଇ ହାତରେ କ୍ଷତ ରହିଛି। ତାଙ୍କ ମୁହଁ ଓ ଶରୀରରେ ଆଘାତ ଚିହ୍ନ ମୃତ୍ୟୁ ପୂର୍ବରୁ ଦେବୋସ୍ମିତାଙ୍କର ହତ୍ୟାକାରୀ ସହିତ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଘର ଭିତରେ ବଳପୂର୍ବକ ପ୍ରବେଶର କୌଣସି ଲକ୍ଷଣ ନଥିବାରୁ ହତ୍ୟାକାରୀର ଦେବୋସ୍ମିତଙ୍କ ସହିତ ପୂର୍ବରୁ ପରିଚିତ ଥିଲା ବୋଲି ପୁଲିସ କହିଛି। ପୁଲିସ କହିଛି ଯେ, ଅପରାହ୍ଣ ପ୍ରାୟ ୨ଟା ୩୫ ମିନିଟ ସମୟରେ ନ୍ୟୁ ଅଶୋକ ନଗର ପୁଲିସ ଷ୍ଟେସନରେ ଏକ ଫୋନ୍ ଆସିଥିଲା। ୪୯ ବର୍ଷୀୟ ଦେବରତୀ ପଲ୍ ପୁଲିସକୁ ଫୋନ୍‌ କରି ତାଙ୍କ ଭଉଣୀଙ୍କ ମୃତଦେହ ମିଳିଥିବାର ସୂଚନା ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦେବୋସ୍ମିତାଙ୍କ ମୁଣ୍ଡରେ କୌଣସି ଭାରୀ ଜିନିଷ ଦ୍ୱାରା ଆଘାତ କରାଯାଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ତାଙ୍କ ହାତର ଶିରା କଟିଯାଇଥିବା ଦେଖିବାକୁ ମିଳିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଏଲବିଏସ ହସ୍ପିଟାଲକୁ ପଠାଯାଇଛି। ଘରେ ଥିବା ଅଳଙ୍କାର ଓ ନଗଦ ଟଙ୍କା ଅକ୍ଷତ ଅବସ୍ଥାରେ ମିଳିଥିବାରୁ ଡକାୟତିର କୌଣସି ସଙ୍କେତ ନାହିଁ ବୋଲି ପୁଲିସ କହିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଏକାଧିକ ଟିମ୍‌ ଗଠନ କରିଛି।
Tags: