ଡ୍ରାଏ ଷ୍ଟେଟ୍‌ରୁ ୪ କୋଟି ଟଙ୍କାର ମଦ ଜବତର; ୨ଗିରଫ

ଡ୍ରାଏ ଷ୍ଟେଟ୍‌ରୁ ୪ କୋଟି ଟଙ୍କାର ମଦ ଜବତର; ୨ଗିରଫ
Samaya Live Desk Picture
Published On

ଅହମଦାବାଦ: ଡ୍ରାଏ ଷ୍ଟେଟ୍‌ ବା ମଦ ନିଷିଦ୍ଧ ହୋଇଥିବା ରାଜ୍ୟ ଗୁଜରାଟରେ ୪ କୋଟିରୁ ଅଧିକ ଟଙ୍କାର ମଦ ଜବତ ହୋଇଛି। ଏସଏମ୍‌ସି ( ଷ୍ଟେଟ୍‌ ମନିଟରିଂ ସେଲ୍‌) ପଶ୍ଚିମ କଚ୍ଛ ସ୍ଥିତ ଭୁଜର ଧନେତି ଏବଂ ଭଦବଲା ଗ୍ରାମ ନିକଟରେ ଚଢ଼ଉ କରିଛି ଏବଂ ୫୬ ହଜାର ମଦ ବୋତଲ ଜବତ କରିଛି । ଏସଏମ୍‌ସିର ଅପରେସନ୍‌ରେ ଏହି ସଫଳତା ମିଳିଛି। ତେବେ ଏତେ ପରିମାଣରେ ମଦ ବୋତଲ ଜବତ ହୋଇଛି ଯେ ଏହାକୁ ଗଚ୍ଛିତ ରଖିବାପାଇଁ ଭୁଜର ପଧାର ଥାନା ଅସୁବିଧା ସାମ୍ନା କରିଛି। ଭଦବଲା‌ ଗ୍ରାମରେ ମଦ ବୋତଲ ଅଫ୍‌ଲୋଡ୍‌ କରାଯାଉଥିବା ନେଇ ସୂଚନା ପାଇବାପରେ ପୁଲିସ ସବ୍‌ ଇନ୍ସ‌ପେକ୍ଟର ଏସ୍‌ଭି ଗଲଚରଙ୍କ ନେତୃତ୍ବାଧୀନ ଏକ ଟିମ୍‌ ଚଢ଼ଉ କରିଥିଲେ ଏବଂ ୫ ‌କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରିଥିଲେ। ଏଥି ମଧ୍ୟରେ ରହିଛି ୫୬,୦୮୮ ଆଇଏମଏଫ୍‌ଏଲ (ଇଣ୍ଡିଆନ ମେଡ୍‌ ଫରେନ ଲିକର) ଯାହାର ମୂଲ୍ୟ ୪ କୋଟିରୁ ଅଧିକ। ୨ଟି ବଡ଼ ଟାଟା ଟ୍ରକ୍‌, ୩ଟି ଟାଟା ମିନି ଟ୍ରକ୍‌ ଏବଂ ମହିନ୍ଦ୍ରା ପିକଅପ୍‌ ମଧ୍ୟ ରହିଛି। ପୁଲିସ ଏହି ମାମଲାରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଗିରଫ କରିଛି।

Tags: