ଡର୍ବାନରେ ଘରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼, ୧୧ ମୃତ

ଡର୍ବାନରେ ଘରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼, ୧୧ ମୃତ
Samaya Live Desk Picture
Published On
ଡର୍ବାନ: ଦକ୍ଷିଣ ଆଫ୍ରିକାର ଡର୍ବାନ ସହରସ୍ଥିତ ଏକ ଆବାସିକ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ସଶସ୍ତ୍ର ଦୁର୍ବୃତ୍ତମାନେ ଏକ ଘର ଭିତରକୁ ପଶି ଗୁଳିମାଡ଼ କରିଛନ୍ତି। ଯେଉଁଥିରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୧ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ଏକ ଗୋଷ୍ଠୀର ସଦସ୍ୟମାନେ ଘରେ ଏକାଠି ହୋଇଥିବା ବେଳେ ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଅଚାନକ ଗୃହପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଉପସ୍ଥିତ ସମସ୍ତ ଲୋକଙ୍କୁ ବନ୍ଧକ ବନାଇ ଗୋଟିଏ ରୁମ୍ ଭିତରରେ ଅତି ନିକଟରୁ ଗୁଳିଚାଳନା କରିଥିଲେ। ଏହାସହ ଜଣେ ମୃତକଙ୍କ କାରରେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଆକ୍ରମଣରେ ଭାଗ୍ୟବସତଃ ଦୁଇ ଜଣ ବର୍ତ୍ତିଯାଇଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ବି ବେଆଇନ ଅସ୍ତ୍ରଶସ୍ତ୍ର, ଗ୍ୟାଙ୍ଗୱାର୍ ଏବଂ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି କାଣ୍ଡ ଭିଆଯାଇଥିବା ସନ୍ଦେହ କରାଯାଉଛି।
Tags: