ଜାମ୍ମୁ କାଶ୍ମୀର LoC ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ନିହତ

ଜାମ୍ମୁ : ଅଗଷ୍ଟ ୦୧: ପାକିସ୍ତାନ ସୈନ୍ୟମାନେ ଜାମ୍ମୁ ଓ ରଜୋଉରୀ ର ଲାଇନ ଅଫ କଂଟ୍ରୋଲ ରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ଙ୍କର ମୃତ୍ୟୁ ହେଇଛି I ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର Colonel Devender Anand କହିଛନ୍ତି, ପାକିସ୍ତାନ ସେନା ରଜୋଉରୀ ସେକ୍ଟରରେ କୌଣସି କାରଣ ନ ଥାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। “ଆମର ସୈନ୍ୟ ମାନେ ପାକିସ୍ତାନ ର ଏ ପ୍ରକାର ଅସ୍ତ୍ରବିରତି ଉଲ୍ଲଂଘନ କୁ ଦୃଢ ଭାବରେ […]

Samaya Live Picture
Published On

ଜାମ୍ମୁ : ଅଗଷ୍ଟ ୦୧: ପାକିସ୍ତାନ ସୈନ୍ୟମାନେ ଜାମ୍ମୁ ଓ ରଜୋଉରୀ ର ଲାଇନ ଅଫ କଂଟ୍ରୋଲ ରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ଙ୍କର ମୃତ୍ୟୁ ହେଇଛି I
ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର Colonel Devender Anand କହିଛନ୍ତି, ପାକିସ୍ତାନ ସେନା ରଜୋଉରୀ ସେକ୍ଟରରେ କୌଣସି କାରଣ ନ ଥାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। “ଆମର ସୈନ୍ୟ ମାନେ ପାକିସ୍ତାନ ର ଏ ପ୍ରକାର ଅସ୍ତ୍ରବିରତି ଉଲ୍ଲଂଘନ କୁ ଦୃଢ ଭାବରେ ଜବାବ ଦେଇଥିଲେ। ଏହି ଘଟଣାରେ ଆମର ଯବାନ ରବିନ୍ କୁମାର ଗୁରୁତର ଆହତ ହୋଇଥିଲେ ଏବଂ ପରେ ମୃତ୍ୟୁବରଣ କରିଥିଲେ I ‘

ସେ ଆହୁରି କହିଥିଲେ, ” ରବିନ୍ କୁମାର ଜଣେ ସାହସୀ ଏବଂ ଶୃଙ୍ଖଳିତ ସୈନିକ ଥିଲେ I ତାଙ୍କର ସର୍ବୋଚ୍ଚ ବଳିଦାନ ଏବଂ କର୍ତ୍ତବ୍ୟ ପରାୟଣାତା ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ’।

ସେ ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର ବାସିନ୍ଦା ଥିଲେ।

ପାକିସ୍ତାନ LoC ଉପରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଚଳିତ ବର୍ଷ ପାକିସ୍ତାନ ୨୭୦୦ ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି I ଯେଉଁଥିରେ ୨୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯୪ ଜଣ ଆହତ ହୋଇଛନ୍ତି।