ଜାତୀୟ ସଙ୍ଗୀତ ଗାନ ପୂର୍ବରୁ ଗାନ ହେବ ଜାତୀୟ ଗୀତ,ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କଲେ ନୂଆ ନିୟମ

ଜାତୀୟ ସଙ୍ଗୀତ ଗାନ ପୂର୍ବରୁ ଗାନ ହେବ ଜାତୀୟ ଗୀତ,ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କଲେ ନୂଆ ନିୟମ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରଣାଳୟ ର ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରେ ଜାତୀୟ ସଙ୍ଗୀତ ଗାନ ପୂର୍ବରୁ ଜାତୀୟ ଗୀତ ଗାନ କରାଯିବ । କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ପୂର୍ବରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାଇବା ବାଧ୍ୟତା ମୂଳକ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ସମ୍ବନ୍ଧିତ ଖବର ସୁଖୋଇ ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ

ଗୃହ ମନ୍ତ୍ରଣାଳୟର ନୂତନ ନିୟମ ଅନୁଯାୟୀ ଛଅଟି ସ୍ତବ ବିଶିଷ୍ଟ ବନ୍ଦେ ମାତରମ୍ ର ପୂର୍ଣ୍ଣ ସଂସ୍କରଣ ଏବେ ୩ ମିନିଟ୍ ୧୦ ସେକେଣ୍ଡ ପାଇଁ ବଜାଯିବ । ପୂର୍ବରୁ ୪ଟି ପାରା ରହିଥିଲା ଏବଂ ଅନ୍ୟ ଦୁଇଟି ପାରାକୁ ୧୯୩୭ ମସିହାରେ ହଟାଇ ଦିଆଯାଇ କେବଳ ୬୫ ସେକେଣ୍ଡର ପ୍ରଥମ ଦୁଇଟି ପଦକୁ ଜାତୀୟ ସଙ୍ଗୀତ ଭାବରେ ଗାନ କରାଯାଉଥିଲା । 

ସମ୍ବନ୍ଧିତ ଖବର କରାଚୀରେ ଖେମିନି ସମର୍ଥକଙ୍କ ଉପରେ ଆମେରିକା ସେନାର ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ

ନୂତନ ନିୟମ ଅନୁଯାୟୀ, ଯଦି କୌଣସି କାର୍ଯ୍ୟକ୍ରମରେ ଜନ ଗଣ ମନ (ଜାତୀୟ ସଙ୍ଗୀତ) ଓ ବନ୍ଦେ ମାତରମ୍ ଉଭୟ ଗାନ କରାଯାଏ, ତେବେ ପ୍ରଥମେ ବନ୍ଦେ ମାତରମ୍ ଗାନ ହେବ । ଏହା ସହିତ, ଗାନ କିମ୍ବା ବାଜାଇବା ସମୟରେ ଠିଆ ହେବା ବାଧ୍ୟତାମୂଳକ ହେବ ।

ସମ୍ବନ୍ଧିତ ଖବର ବିହାର, ପଶ୍ଚିମବଙ୍ଗ ସମେତ ୯ ରାଜ୍ୟର ରାଜ୍ୟପାଳ ବଦଳିଲେ

କେଉଁ ଅବସରରେ ଜାତୀୟ ଗୀତ ଗାନ ହେବ

ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଅବସରଗୁଡ଼ିକର ତାଲିକା ସ୍ପଷ୍ଟ କରାଯାଇଛି ଯେଉଁଠାରେ ଏହାକୁ ଗାନ କରିବା କିମ୍ବା ବଜାଇବା ବାଧ୍ୟତାମୂଳକ ହେବ। ଜାନୁଆରୀ ୨୮ ତାରିଖରେ ନିର୍ଦ୍ଦେଶାବଳୀ ଅନୁଯାୟୀ ୧୦ ପୃଷ୍ଠାର ଏହି ଆଦେଶରେ କୁହାଯାଇଛି , ପଦ୍ମ ପୁରସ୍କାର ସମାରୋହ କିମ୍ବା ରାଷ୍ଟ୍ରପତି ଉପସ୍ଥିତ ଥିବା ଯେକୌଣସି କାର୍ଯ୍ୟକ୍ରମରେ “ବନ୍ଦେ ମାତରମ୍” ବାଜିବ ।

• ଜାତୀୟ ପତାକା (ତ୍ରିରଙ୍ଗା) ଉତ୍ତୋଳନ କରିବା ସମୟରେ ।
• ଯେକୌଣସି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଆଗମନ ସମୟରେ, ତାଙ୍କ ଭାଷଣ ଓ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପୂର୍ବରୁ ଓ ପରେ ।
• ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ଆଗମନ ସମୟରେ ଓ ସେମାନଙ୍କର ସରକାରୀ ଭାଷଣ ସମୟରେ ।
• ସରକାରଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସମାରୋହ ଓ ସ୍ୱତନ୍ତ୍ର ରାଜ୍ୟ କାର୍ଯ୍ୟକ୍ରମରେ ।
• ସ୍କୁଲ ସଭାଗୁଡ଼ିକରେ ସାମୂହିକ ଭାବରେ ଜାତୀୟ ସଙ୍ଗୀତ ସ ଜାତୀୟ ଗୀତ ଗାନକୁ ଉତ୍ସାହିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ସିନେମା ହଲ୍‌ଗୁଡ଼ିକ ପାଇଁ ନୂତନ ନିୟମ ପ୍ରଯୁଜ୍ୟ ହେବ ନାହିଁ । ସିନେମା ହଲ୍‌ଗୁଡ଼ିକରେ “ବନ୍ଦେ ମାତରମ୍” ବଜାଇବା ଏବଂ ଫିଲ୍ମ ଆଗରେ ଠିଆ ହେବା ବାଧ୍ୟତାମୂଳକ ହେବ ନାହିଁ । 
 

Tags: