ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଉତ୍ତର କୋରିଆ ଗସ୍ତ
ପ୍ୟୋଙ୍ଗୟାଙ୍ଗ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ୭ ବର୍ଷ ପରେ ଉତ୍ତର କୋରିଆ ଗସ୍ତ କରିଛନ୍ତି। ଏହି ଗସ୍ତ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ୨୦୧୯ ପରେ ଏହା ତାଙ୍କର ପ୍ରଥମ ଉତ୍ତର କୋରିଆ ଗସ୍ତ। ଯେହେତୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବେ ବହୁତ କମ୍ ବିଦେଶ ଯାତ୍ରା କରନ୍ତି, ତେଣୁ ବିଶ୍ୱ ଅସ୍ଥିରତା ସମୟରେ ତାଙ୍କର ଉତ୍ତର କୋରିଆ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ବ୍ୟକ୍ତିଗତ ପ୍ୟୋଙ୍ଗୟାଙ୍ଗ ଗସ୍ତ ଅନେକ ବଡ଼ ସଙ୍କେତ ଦେଉଛି। ୨୦୨୨ ମସିହାରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ, ଉତ୍ତର କୋରିଆ ରୁଷକୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ସୈନିକ ଯୋଗାଇଥିଲା। ବଦଳରେ ରୁଷ ଉତ୍ତର କୋରିଆକୁ କୋଟି କୋଟି ଡଲାର ଏବଂ ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଯୁକ୍ତିବିଦ୍ୟା ଯୋଗାଇଦେଇଥିଲା। ପୂର୍ବରୁ, ଚୀନ୍, ଉତ୍ତର କୋରିଆର ସବୁଠାରୁ ବଡ଼ ଅର୍ଥନୈତିକ ଏବଂ ରଣନୈତିକ ସହଯୋଗୀ ଥିଲା, କିନ୍ତୁ ୟୁକ୍ରେନ ଯୁଦ୍ଧ ପରେ ପରିସ୍ଥିତି ବଦଳି ଯାଇଛି। ବର୍ତ୍ତମାନ, ରୁଷ ଦ୍ରୁତ ଗତିରେ ଏହି ଭୂମିକା ଗ୍ରହଣ କରୁଛି, ଏବଂ ଚୀନ୍ ଏହି ପରିସ୍ଥିତିରେ ନିଜର ପ୍ରାସଙ୍ଗିକତା ଜାହିର କରିବାକୁ ଚାହୁଁଛି।
Tags:



