ଚୀନ୍ ଠାରୁ ଦୁରେଇଲା ଟିକ୍ଟକ୍
ନୂଆଦିଲ୍ଲୀ : ଜୁଲାଇ ୪:ଭାରତରେ ବ୍ୟାନ ହେବା ପରେ ଏବେ ଟିକ୍ଟକ୍ ଚୀନ୍ ଠାରୁ ଦୁରେଇ ଯିବା ଭଳି ସୂଚନା ମିଳିଛି । ଜୁନ ୨୯ରେ ଲୋକପ୍ରୀୟ ଆପ୍ ଟିକଟକ୍ ସମେତ ୫୮ଟି ଆପ୍କୁ ଭାରତ ସରକାର ବ୍ୟାନ କରିବା ପରେ ଟିକ୍ଟକ୍ ପାଇଁ ଏହା ଚିନ୍ତାର କାରଣ ହୋଇଥିଲା । ଭାରତରେ ଏହାର ପ୍ରାୟ ୧୦୦ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି । ବ୍ୟାନ ହେବା ପରେ ଟିକ୍ଟକ୍ ବିପୁଳ କ୍ଷତି ସହୁଛି । ଫଳତଃ […]
ନୂଆଦିଲ୍ଲୀ : ଜୁଲାଇ ୪:ଭାରତରେ ବ୍ୟାନ ହେବା ପରେ ଏବେ ଟିକ୍ଟକ୍ ଚୀନ୍ ଠାରୁ ଦୁରେଇ ଯିବା ଭଳି ସୂଚନା ମିଳିଛି । ଜୁନ ୨୯ରେ ଲୋକପ୍ରୀୟ ଆପ୍ ଟିକଟକ୍ ସମେତ ୫୮ଟି ଆପ୍କୁ ଭାରତ ସରକାର ବ୍ୟାନ କରିବା ପରେ ଟିକ୍ଟକ୍ ପାଇଁ ଏହା ଚିନ୍ତାର କାରଣ ହୋଇଥିଲା । ଭାରତରେ ଏହାର ପ୍ରାୟ ୧୦୦ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି । ବ୍ୟାନ ହେବା ପରେ ଟିକ୍ଟକ୍ ବିପୁଳ କ୍ଷତି ସହୁଛି । ଫଳତଃ ଟିକ୍ଟକ୍ ଚୀନଠାରୁ ନିଜକୁ ଦୂରେଇବା ଆରମ୍ଭ କରିଛି । ଟିକ୍ଟକ୍ ଚୀନ କମ୍ପାନୀ ଅଧିନରେ ଥିଲେ ବି ଚୀନରେ ଏହାର ଏତେ ଚାହିଦା ନଥିଲା ବେଳେ ଭାରତରେ ଏହା ବେଶ୍ ଲୋକପ୍ରିୟ ଥିଲା । ଟିକ୍ଟକ୍ର ସର୍ଭର ସିଙ୍ଗାପୁରରେ ରହିଛି ଏବଂ କମ୍ପାନୀ କୌଣସିବି ୟୁଜର୍ସଙ୍କ ତଥ୍ୟ କାହାରିକୁ ଦିଏ ନାହିଁ ବୋଲି ଭାରତରେ ବ୍ୟାନ ହେବା ପୂର୍ବରୁ ଏହି ଆପ୍ ପକ୍ଷରୁ ସଫେଇ ଦିଆଯାଇଥିଲା । ଏହା ସତ୍ତେ୍ୱ ମଧ୍ୟ ଭାରତ ଏହାକୁ ବ୍ୟାନ୍ କରିଥିବାରୁ ପଛଦ୍ୱାର ଦେଇ ଏହା ପୁନର୍ବାର ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି ।




