ଚୀନ୍‌ର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ମୃତ

ଚୀନ୍‌ର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ମୃତ
Samaya Live Desk Picture
Published On
ବେଜିଂ: ଚୀନ୍‌ର ଉତ୍ତର ପ୍ରଦେଶ ଶାନସିରେ ଥିବା ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ଖଣିରେ ବହୁ ଶ୍ରମିକ ଫସି ରହିଛନ୍ତି ବୋଲି କୁହାଯାଉଛି। ସେହିପରି ୯ ଜଣେ ଶ୍ରମିକ ନିଖୋଜ ଅଛନ୍ତି। ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ରାଷ୍ଟ୍ରପତି ସି ଜିନପିଙ୍ଗ ଘଟଣାସ୍ଥଳରେ ଶୀଘ୍ର ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁର୍ଘଟଣାର ତଦନ୍ତ ଏବଂ ଦୋଷୀମାନଙ୍କୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚୀନ୍‌ର ସରକାରୀ ଖବର ସଂସ୍ଥା ଜିନହୁଆ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଚାଙ୍ଗଝି ସହରର ଲିଉସେନ୍ୟୁ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଖଣିରେ ପ୍ରାୟ ୨୪୭ ଜଣ ଶ୍ରମିକ କାମ କରୁଥିଲେ। ଜିନହୁଆ ଅନୁଯାୟୀ, ବିସ୍ଫୋରଣ କିପରି ଘଟିଲା ତାହାର ତଦନ୍ତ ଜାରି ରହିଛି। ଶାନସି ପ୍ରଦେଶକୁ ଚୀନ୍‌ର ମୁଖ୍ୟ କୋଇଲା ଉତ୍ପାଦନକାରୀ ପ୍ରଦେଶ ଭାବରେ ବିବେଚନା କରାଯାଏ। ୟୁନାନଠାରୁ ବଡ଼ ଏହି ପ୍ରଦେଶର ଜନସଂଖ୍ୟା ପ୍ରାୟ ୩ କୋଟି ୪୦ ଲକ୍ଷ। ଗତ ବର୍ଷ ଖଣିରୁ ୧.୩ ବିଲିୟନ ଟନ୍ କୋଇଲା ଖନନ କରାଯାଇଥିଲା।
Tags: