ଗୋଟିଏ ଦିନରେ ଭାରତରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫.୮୩ ଲକ୍ଷ

ଭୁବନେଶ୍ୱର: ଜୁଲାଇ 30: ଦେଶରେ ୨୪ ଘଂଟାରେ ୫୨,୧୨୩ ଟି ନୂଆ କୋଭିଡ ପଜିଟିଭ କେଶ ରେକର୍ଡ କରାଯାଇଛି I ଦେଶରେ ମୋଟ କୋଭିଡ ପଜିଟିଭ ସଂଖ୍ୟା ୧୫,୮୩,୭୯୨ ରେ ପହଂଚିଛି I ସେହିପରି ଗୋଟିଏ ଦିନରେ ୭୭୫ ଜଣ କରୋନା ରେ ମୃତ୍ୟୁବରଣ କରିଛନ୍ତି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୪,୯୬୮ କୁ ବୃଦ୍ଧି ପାଇଛି I ଗତ ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୩୨,୫୫୩ ଜଣ କରୋନା ସଂକ୍ରମିତ I ସୁସ୍ଥ ହେଇଥିବା ରୋଗୀଙ୍କ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ 30: ଦେଶରେ ୨୪ ଘଂଟାରେ ୫୨,୧୨୩ ଟି ନୂଆ କୋଭିଡ ପଜିଟିଭ କେଶ ରେକର୍ଡ କରାଯାଇଛି I ଦେଶରେ ମୋଟ କୋଭିଡ ପଜିଟିଭ ସଂଖ୍ୟା ୧୫,୮୩,୭୯୨ ରେ ପହଂଚିଛି I ସେହିପରି ଗୋଟିଏ ଦିନରେ ୭୭୫ ଜଣ କରୋନା ରେ ମୃତ୍ୟୁବରଣ କରିଛନ୍ତି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୪,୯୬୮ କୁ ବୃଦ୍ଧି ପାଇଛି I
ଗତ ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୩୨,୫୫୩ ଜଣ କରୋନା ସଂକ୍ରମିତ I ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦,୨୦,୫୮୨ ରେ ପହଂଚିଛି I ସେହିପରି ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ହାର ଶତକଡା ୬୪.୪୩ ରେ ପହଂଚିଛି I
୫,୨୮,୨୪୨ ଜଣ କରୋନା ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି I
ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ୪ ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ କରୋନା ରେ ସଂକ୍ରମିତ ହେଇସାରିଲେଣି I ଆଜି ସୁଦ୍ଧା, ମହାରାଷ୍ଟ୍ର ରେ ଚିହ୍ନଟ ହେଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୪,୦୦,୬୫୨ ରେ ପହଂଚିଛି I
ଦ୍ଵିତୀୟ ସ୍ଥାନ ରେ ଅଛି ତାମିଲନାଡୁ I ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୪,୧୧୪ କୁ ବୃଦ୍ଧି ପାଇଛି I ସେହିପରି, ଦିଲ୍ଲୀ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩,୩୧୦ ରେ ପହଁଚିଥିବା ବେଳେ, ଆନ୍ଧ୍ର ପ୍ରଦେଶ ରେ ୧,୨୦,୩୯୦, କର୍ଣ୍ଣାଟକ ରେ ୧,୧୨,୫୦୪, ଉତ୍ତର ପ୍ରଦେଶ ରେ ୭୭,୩୩୪, ପଶ୍ଚିମ ବଙ୍ଗ ରେ ୬୫, ୨୫୮, ଗୁଜରାଟ ରେ ୫୯,୧୨୬ ଏବଂ ତେଲେଙ୍ଗାନା ରେ ମୋଟ ୫୮,୯୦୬ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I