ଗୁରୁଗ୍ରାମରେ ପୂର୍ବତନ କର୍ନେଲଙ୍କୁ ମାଡ଼

୩୦ ହଜାର ଦେବାକୁ ବାଧ୍ୟ କରାଗଲା, ୫ ଗିରଫ

ଗୁରୁଗ୍ରାମରେ ପୂର୍ବତନ କର୍ନେଲଙ୍କୁ ମାଡ଼
Samaya Live Desk Picture
Published On

ଗୁରୁଗ୍ରାମ: : ଗୁରୁଗ୍ରାମରେ ଏକ ସଡ଼କ ଦୁର୍ଘଟଣା ପାଇଁ ଜଣେ ପୂର୍ବତନ ସେନା ଅଫିସରଙ୍କୁ ନିସ୍ତୁକ ମାଡ଼ ମାରିବା ଏବଂ ତାଙ୍କୁ ୩୦ ହଜାର ଟଙ୍କା ଦେବାପାଇଁ ବାଧ୍ୟ କରିବା ଘଟଣାରେ ସୋମବାର ୫ ଜଣ ଗିରଫ ହୋଇଛନ୍ତି। ଅବସରପ୍ରାପ୍ତ ସେନା କର୍ନେଲ ଅନିଲ ଯାଦବ ଫେବ୍ରୁଆରି ୨୧ ତାରିଖ ରାତିରେ ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ତାଙ୍କ କାର୍‌ରେ ସେକ୍ଟର ୫ରୁ ସେକ୍ଟର ୬୦କୁ ଯାଉଥିବାବେଳେ ବାଟ‌ରେ ଫରିଦାବାଦ ରୋଡ୍‌ର ବାଟିକା ଚୌକରେ ତାଙ୍କ ଗାଡ଼ି ଅନ୍ୟ ଏକ ଗାଡ଼ି ସହ ଧକ୍କା ହେଇଥିଲା। ଏହାପରେ ଅନ୍ୟ ଗାଡ଼ି‌ରେ ଥିବା ଏକାଧିକ ଲୋକ ତାଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣିଥିଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ। ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସେମାନେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁଗ୍ରାମର ସେକ୍ଟର ୫୦ ଥାନାରେ ହୋଇଥିବା ଏକ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ବିୟର ବଟଲ୍‌ ବ୍ୟବହାର କରି ପୂର୍ବତନ କର୍ନେଲ୍‌ଙ୍କ କାର୍‌ ହେଡଲାଇଟ୍‌ ଏବଂ ଝରକା ଭଙ୍ଗାରୁଜା କରିଥିଲେ। ସେମାନେ ତାଙ୍କଠାରୁ ୩୦ ହଜାର ଟଙ୍କା ଦାବି କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ସେକ୍ଟର ୫୦ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି।

 

Tags: