ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣରେ ଜଣେ ଛାତ୍ରୀଙ୍କ ମୃତ୍ୟୁ
ଗାଜା: ଗାଜା ସହରର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହୋଇଛି। ବିମାନ ଆକ୍ରମଣରେ ଜଣେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀ ରାଘଦ ହାସନ ଆଶୁରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ରାଘଦ ଏକାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଉଥିବା ବାଟରେ ଏଭଳି ଘଟିଛି। ଏହି ଆକ୍ରମଣ ରିମାଲ ଜିଲ୍ଲାର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତାରେ ଘଟିଛି। ଘଟଣାସ୍ଥଳରୁ ଉପଲବ୍ଧ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଆକ୍ରମଣ ପରେ ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ବିମାନ ଆକ୍ରମଣରେ ଅନ୍ୟ ତିନି ଜଣ ସ୍ଥାନୀୟ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଘଦଙ୍କ ମୃତଦେହକୁ ତୁରନ୍ତ ଗାଜାର ପ୍ରସିଦ୍ଧ ଶିଫା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Tags:




