କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଆଇସିସିଆର ର ସଭାପତି ବିନୟ ସହସ୍ରବୁଦ୍ଧେ Home Quarantine ରେ ରହିଲେ

ନୂଆ ଦିଲ୍ଲୀ : ଅଗଷ୍ଟ ୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି I କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶାହାଙ୍କୁ ଶନିବାର ଭେଟିଥିବାରୁ Home Quarantine ରେ ରହିଲେ I କେନ୍ଦ୍ର ଆଇନ ଏବଂ ନ୍ୟାୟ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରସାଦ ଏକ ଟୁଇଟରେ କହିଛନ୍ତି, “ବନ୍ଧୁଗଣ! ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ପ୍ରୋଟୋକଲ ଅନୁସରଣ କରିବା ପାଇଁ ମୁଁ […]

Samaya Live Picture
Published On

ନୂଆ ଦିଲ୍ଲୀ : ଅଗଷ୍ଟ ୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି I କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶାହାଙ୍କୁ ଶନିବାର ଭେଟିଥିବାରୁ Home Quarantine ରେ ରହିଲେ I

କେନ୍ଦ୍ର ଆଇନ ଏବଂ ନ୍ୟାୟ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରସାଦ ଏକ ଟୁଇଟରେ କହିଛନ୍ତି, “ବନ୍ଧୁଗଣ! ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ପ୍ରୋଟୋକଲ ଅନୁସରଣ କରିବା ପାଇଁ ମୁଁ ଅମିତ ଶାହାଜୀଙ୍କୁ ଶନିବାର ଦିନ ଭେଟିଥିବାରୁ କିଛି ଦିନ ପାଇଁ ନିଜକୁ ଅଲଗା କରି ଘରେ ରହିଛି । ମୁଁ ଘରୁ କାମ କରୁଛି ଏବଂ ଯୋଗ ଓ ବ୍ୟାୟାମ ସହିତ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛି। ବହି ପଢିବା ସହିତ ଶାସ୍ତ୍ରୀୟ ସଂଗୀତ ଶୁଣୁଛି I ‘

ପ୍ରସାଦଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ତଥା ଆଇସିସିଆର ର ସଭାପତି ବିନୟ ସହସ୍ରବୁଦ୍ଧେ ମଧ୍ୟ Home Quarantine ରେ ରହିଛନ୍ତି I ଲୋକାମାନ୍ୟ ବାଲ ଗଙ୍ଗାଧର ତିଳକ ଙ୍କ ଉପରେ ଗୋଟିଏ webinar ରେ ସେ ଶାହା ଙ୍କ ସହ ଉପସ୍ଥିତ ଥିଲେ I
ଅମିତ ଶାହା ରବିବାର ଦିନ କରୋନା ରେ ସଂକ୍ରମିତ ଥିବା ଜଣାପଡିବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। (IANS)