କେଚ୍ ଓ ପଞ୍ଜଗୁରରେ ୩ ବେଲୁଚ୍ ଯୁବକଙ୍କୁ ହତ୍ୟା

କେଚ୍ ଓ ପଞ୍ଜଗୁରରେ ୩ ବେଲୁଚ୍ ଯୁବକଙ୍କୁ ହତ୍ୟା
Samaya Live Desk Picture
Published On
କେଚ୍: ବଲୁଚିସ୍ତାନରେ ପାକିସ୍ତାନ ସେନାର ଦମନଲୀଳା ଓ ହିଂସା ଜାରି ରହିଥିବାବେଳେ ଏହାକୁ ନେଇ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। କେଚ୍ ଓ ପଞ୍ଜଗୁର ଜିଲ୍ଲାରେ ତିନିଜଣ ବଲୁଚ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ପରେ ବଲୁଚ ୟାକଜେହେତି କମିଟି (ବିଵାଇସି) ଏଭଳି ହତ୍ୟାକାଣ୍ଡକୁ ଦୃଢ଼ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ସଂଗଠନର ହସ୍ତକ୍ଷେପ ଲୋଡ଼ିଛି।ପୂର୍ବରୁ ଗତ ମେ’ ୨ତାରିଖରେ ଫ୍ରଣ୍ଟିୟର୍ କର୍ପସ ସୈନ୍ୟମାନେ ଜମୁରାନ ଅଞ୍ଚଳର ଏକ ଘରେ ଚଢ଼ାଉ କରି ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୫୫ବର୍ଷୀୟ ଚାଷୀ ଖୁଦା ପୀର ମହମ୍ମଦ ବଲୁଚ ଓ ତାଙ୍କ ୨୫ ବର୍ଷୀୟ ପୁଅ ଅବଦୁଲ୍ଲା ବଲୁଚଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅନ୍ୟ ଏକ ସମାନ ଘଟଣାରେ, ପଞ୍ଜଗୁରର ତାସ୍ପ ଅଞ୍ଚଳରେ ଜଣେ ୨୬ ବର୍ଷୀୟ ସରକାରୀ ସ୍କୁଲ କର୍ମଚାରୀ ଆୟାଜ ବଲୁଚଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରାଯାଇଛି। ‘ବିଵାଇସି’ ଏହି ଆକ୍ରମଣ ପାଇଁ ‘ଡେଥ୍ ସ୍ଵାର୍ଡ’କୁ ଦାୟୀ କରିବା ସହ ଏହା ବଲୁଚ୍ ଲୋକଙ୍କ ବିରୁଦ୍ଧରେ ଚାଲିଥିବା ଏକ ବୃହତ ଅଭିଯାନର ଅଂଶ ବୋଲି କହିଛି। ବର୍ତ୍ତମାନ ଏହି ଅଞ୍ଚଳରେ କେବଳ ପୁରୁଷ ନୁହେଁ ବରଂ ମହିଳାମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ବଲୁଚିସ୍ତାନରେ ମାନବାଧିକାର ପରିସ୍ଥିତି କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିବାରୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଆନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକୁ ଆହ୍ୱାନ ଦିଆଯାଇଛି।
Tags: