କାଲିଫର୍ନିଆ ପାଠାଗାରରେ ଗୁଳିକାଣ୍ଡ: ୨ ମୃତ, ଜଣେ ଗୁରୁତର

କାଲିଫର୍ନିଆ ପାଠାଗାରରେ ଗୁଳିକାଣ୍ଡ: ୨ ମୃତ, ଜଣେ ଗୁରୁତର
Samaya Live Desk Picture
Published On
ସ୍କାରାମେଣ୍ଟୋ: ଆମେରିକାର ଉତ୍ତର କାଲିଫର୍ନିଆରେ ଅବସ୍ଥିତ ଚିକୋ ସହରରେ ଥିବା ଏକ ସାର୍ବଜନୀନ ପାଠାଗାରରେ ହୋଇଥିବା ଅମାନୁଷିକ ଗୁଳିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷ‌ରେ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୮ ବର୍ଷୀୟ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଉଥିବା ସମୟରେ କାବୁ କରାଯାଇଛି। ଚିକୋ ପୁଲିସ ବିଭାଗ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ବଟ୍ଟେ କାଉଣ୍ଟି ଲାଇବ୍ରେରୀର ଚିକୋ ଶାଖାରେ ଏହି ଘଟଣା ଘଟିଥିଲା। ଆକ୍ରମଣକାରୀ ଲାଇବ୍ରେରୀରେ ପ୍ରବେଶ କରି ହଠାତ୍ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ସନ୍ଦିଗ୍ଧ ବ୍ୟକ୍ତି ଲାଇବ୍ରେରୀର ପଛ ଦ୍ୱାର ଦେଇ ପଳାଇବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ଆକ୍ରମଣକାରୀଙ୍କ ନାମ ବ୍ରାଡଲି ସ୍କଟ୍ ସାୱର। ଗୁଳିକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ ୭୪ ବର୍ଷୀୟ ରବର୍ଟ ଜନସନ ଏବଂ ୪୬ ବର୍ଷୀୟ କୋଡି ହଲ୍। ରବର୍ଟ ଜନସନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ କୋଡି ହଲ୍ ହସ୍ପିଟାଲକୁ ନେବା ପରେ ମୃତ୍ୟୁବରଣ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରିଛି, ଏବଂ ଆକ୍ରମଣକାରୀଙ୍କ କାରରୁ ଅନ୍ୟ ଦୁଇଟି ଘାତକ ଅସ୍ତ୍ର ମିଳିଛି।
Tags: